ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଳାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ର ପାତାଳି ମଣ୍ଡପ ଠାରେ ଗୁରୁବାର ନନ୍ଦ ଉତ୍ସବ ଅବସରରେ ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ, କୋଟସମଲେଇ ଓ ଜିଲ୍ଲାର ବରିଷ୍ଟ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ଵାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞାମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ) ବୁଧବାର ତା 20.9.23 ଦିବା ଘ.8:13ମି ଗତେ 8 ଘଣ୍ଟା 27 ମିନିଟ ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ଧନୁ ନବାଂଶେ ସପ୍ତମ କେନ୍ଦ୍ର ରେ ବୃହସ୍ପତି ଓ ଦଶମ କେନ୍ଦ୍ର ରେ ଶୁକ୍ର ଅବସ୍ଥାନ ସମୟ ରେ ପଶ୍ଚିମ ଓଡ଼ିଶା ର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁ ଙ୍କ ପାଦତଳେ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି, ଜ୍ୟୋତିର୍ବିଦ ଗୁଣ ସାଗର ପଣ୍ଡା, ଜ୍ୟୋତିର୍ବିଦ ମନୋ ରଂଜନ ପାଢ଼ୀ, ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା, ଜ୍ୟୋତିର୍ବିଦ ଗୌର ଚରଣ ନନ୍ଦ, ଜ୍ୟୋତିର୍ବିଦ ସୋନ୍ତୋଷ କୁମାର ପୁରୋହିତ, ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା ପ୍ରମୁଖ ଜ୍ୟୋତିର୍ବିଦ ଙ୍କ ସମେତ ଉପେନ୍ଦ୍ର ଚାନ୍ଦ, ଦେବାର୍ଚ୍ଚନ ଦାଶ, ମୁରଲୀ ଧର ପୁଝ।ହାରି, ଭଗଵାନ ଷଡ଼ଙ୍ଗୀ, ଚିତ୍ତ ରଂଜନ ପାଢ଼ୀ, ଶରତ କୁମାର ଚାନ୍ଦ, ପୂଜକ ଗୁଣା କାର ପଣ୍ଡା,ଗତମର ଗୌନ୍ତିଆ ଚମରା ଅମାତ,ଟ୍ରଷ୍ଟା ସଭାପତି ଉତ୍ତର କୁମାର୍ ପାତ୍ର,ସଭ୍ୟ ଜାନକୀ ରାମ ଦେହୁରୀ, ଜଗଦୀଶ କର୍ଣ୍ଣ, ବୀରମିତ୍ର ପଧାନ, ନଳିନୀ କାନ୍ତ ବାଘ, ମିତ୍ରଭାନୁ ମହାକୁର, ଅଭିଷେକ ଦେହୁରୀ, ଟିକୁନ କୁମାର ଦାଶ, ଜଗନ୍ନାଥ ହୋତା ପ୍ରମୁଖ ଉପସ୍ଥିତ ଥିଲେ।ସଭା ଶେଷ ରେ ପାତାଳୀ ଶ୍ରୀକ୍ଷେତ୍ର ର ଟ୍ରଷ୍ଟି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଓ ଜନ ସାଧାରଣ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।