ଯାଦବ ସମାଜ ତରଫରୁ ଜୟପାଟଣା ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ।

ଜୟପାଟଣା,(ମଳୟ କୁମାର ସାହୁଙ୍କ):-ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବର ବିଶେଷ ମହତ୍ତ୍ୱ ରହିଛି।ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥି‌ରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନ କୃଷ୍ଣ ଏହି ଦିନ ଜନ୍ମ ହୋଇଥିଲେ । ଭଗବାନ କୃଷ୍ଣ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର । ତେବେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣ ଲଡୁଗୋପାଳ ରୂପରେ ପୂଜା ପାଆନ୍ତି । ତେଣୁ ହିନ୍ଦୁ ଧର୍ମ ଅନୁସାରେ ଏହି ପବିତ୍ର ଦିନକୁ ଜନ୍ମାଷ୍ଟମୀ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ଠାରେ ଆଜି ଯାଦବ ସମାଜ ତରଫରୁ ଜନ୍ମାଷ୍ଟମୀ ପାଳନ ଅନୁଷ୍ଠିତ ହୋଇଥିଲା । ଯାଦବ ଭବନ ଠାରୁ ବିଶାଳ ନଗର ପରିକ୍ରମା କରିଥିଲେ। ଜୟପାଟଣା ବ୍ଳକ ରୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଏଥିରେ ତାଙ୍କର ପରମ୍ପରା ର ବାନା ବାଡି ସହ ନୃତ୍ୟ କରି ପରିକ୍ରମା କରିଥିଲେ । ଏଥିରେ କୁନି କୁନି ପିଲା ମାନେ କୃଷ୍ଣ ଓ ରାଧା ଭାବରେ ସଜେଇ ବେଶ୍ ଆନନ୍ଦରେ ନାଚୁଥିଲେ।