ଜୟପାଟଣା ଶିଶୁ ବିଦ୍ୟା ମନ୍ଦିର:-ଗୁରୁଶିଷ୍ୟ ଙ୍କ ପବିତ୍ର ଦିନ ଗୁରୁଦିବସ

ମୁଖୀଗୁଡ଼ା, ଜୟପାଟଣା (ଅରୁଣ କୁମାର ସାହୁ):-ଆଜି ପବିତ୍ର ଗୁରୁ ଦିବସ। ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ। ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ଉତ୍ସର୍ଗୀକୃତ। ଭାରତର ପ୍ରଥମ ରାଷ୍ଟ୍ରପତି ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। କଥା ରେ ଅଛି ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵରଃ l ଗୁରୁଃ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ll ‘ଗୁ’ ଅର୍ଥ ଅନ୍ଧାର, ‘ରୁ’ ଅର୍ଥ ଅଜ୍ଞାନ l ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି ସେହେଲେ ଗୁରୁ l ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଅବଦାନ ଅତୁଳନୀୟ। କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରି ଗଢ଼ିତୋଳିଥାଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନ ପାଇଁ ବିଭିନ୍ନ ଶିକ୍ଷା କେନ୍ଦ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସର ରେ ଆଜି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଦିବସ ପାଳିତ ହୋଇଯାଇଛି ।


ଉକ୍ତ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ପାଇକ କେନ୍ଦୁମୁଣ୍ଡି ଉଚ୍ଚ ପ୍ରାଥମିକବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଠାକୁର ଯୋଗଦେଇ ଗୁରୁଦିବସ ର ମହତ୍ତ୍ବ ଉପସ୍ଥାପନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଶ୍ବ ଜୀବନ ପାଢ଼ୀ ଉଦ୍ଦେଶ୍ୟ କଥନ କରିଥିଲେ ।ଶିଶୁ ବିଦ୍ୟାମନ୍ଦିର ଜୟପାଟଣାର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୁକେଶ ରାଉତ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଜୟପାଟଣା ଶିଶୁବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଅଧ୍ୟୟନରତ ଭାଇ ଶ୍ରୀରାମ ପଣ୍ଡା ଅତିଥି ମାନଙ୍କପରିଚୟ ପ୍ରଦାନ କରିଥିବା ବେଳେ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଜୟପାଟଣା ଶିଶୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଅଧ୍ୟୟନରତ ଭାଇ ଶ୍ରୀରାମ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦଶମ ଶ୍ରେଣୀ ରେ ଅଧ୍ୟୟନରତ ଭାଇ ଅମୃତାଂଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଗୁରୁଙ୍କ ପାଇଁ ଗୁରୁ ଦିବସ ପାଳନ କରିଥିଲେ।