ପୁରୁଷୋତ୍ତମପୁର ;୩୦/୦୮(ସୁନିଲ କୁମାର ବେହେରା): ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ ଖଲ୍ଲିକୋଟ ବ୍ଲକ ଏନଏସି ଓ ପୁରୁଷୋତ୍ତମପୁର ବ୍ଲକ କଂଗ୍ରେସ କର୍ମକର୍ତ୍ତାଙ୍କ ମିଳିତ ଏକ ବୈଠକ ତାରାତାରିଣୀ ସିଂହଦ୍ୱାର ପାଦ ଦେଶର ଉପାନଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଘଠନିକ ପ୍ରସ୍ତୁତି ବୈଠକ ସବୁ କର୍ମକର୍ତ୍ତା, ନେତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ସଭାପତି ତଥା କଂଗ୍ରେସ ବିଧାୟକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଧେଶ କ୍ରମେ ଏହି ସାଙ୍ଗଠନିକ ବୈଠକ ଆରମ୍ଭ ହୋଇ ଥିଲା । ଏଥିରେ ଆଗାମୀ ନିର୍ବାଚନ ନିମନ୍ତେ ଦଳ କିପରି ଶାସକ ବିଜେଡି ଓ ବିଜେପିକୁ ଟକ୍କର ଦେବ ତା ଉପରେ ରଣ ନିତି ପ୍ରସ୍ତୁତ ହୋଉଥିଲା । ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ସେତେବେଳେର କଂଗ୍ରେସ ଶାସନ ରେ ଦରଦାମ ଠାରୁ ଆରମ୍ଭ କରି ପ୍ରତେକ ଖାଉଟି ଦ୍ରବ୍ୟ ସହିତ ଘରୋଇପକରଣ, ଅନ୍ୟାନ୍ୟ ଜିନିଷର ଦାମ ହୁ ହୁ ହୋଇ ବଢ଼ି ଯାଇ ତାର ପ୍ରଭାବ ଜନ ସାଧାରଣଙ୍କ ଉପରେ ପଡୁଛି । ବିଶେଷ କରି ଆଳୁ ପିଆଜ, କଞ୍ଚା ଲଙ୍କା, ଟମାଟୋ ଠାରୁ ପ୍ରତେକ ନିତ୍ୟ ବ୍ୟବହାର୍ଯ୍ୟ,ଏବଂ ରନ୍ଧନ ଗ୍ୟାସ ଠାରୁ ବିଦ୍ୟୁତ ବିଲ ବହୁତ କମ ରହି ଲୋକଙ୍କୁ ସୁହଉ ଥିଲା ବେଳେ ଏବେ ଦରଦାମ ବୃଦ୍ଧି ବିଶେଷ କରି ମଧ୍ୟବିତ୍ତ ପରିବାର ଏବଂ ଗରିବ ଶ୍ରେଣୀର ପରିବାର ପାଇଁ ବହୁତ କଷ୍ଟ ହୋଇ ପଡୁଛି । ଲୁଣ ସହିତ ଲଙ୍କା ଦ୍ୱାରା ପଖାଳ ଖାଉଥିବା ଲୋକ ମଧ୍ୟ ଲଙ୍କାର ଡର ଅଧିକ ହେତୁ ତାହା ମଧ୍ୟ ସମ୍ଭବ ନୁହଁ ତେଣୁ କଂଗ୍ରେସ ପୁଣି କ୍ଷମତା କୁ ଆସିଲେ ଏହିଦର ଦାମ କମିବ ବୋଲି ଜନସାଧାରଣଙ୍କ ପାଖରେ ଏହି ବାର୍ତ୍ତା ନିର୍ବାଚନ ମଣ୍ଡଳୀ ସ୍ତରୀୟ କରିବାକୁ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଲକ ସଭାପତି ପ୍ରଦୀପ କୁମାର ମହାରଣା ,ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାସ, ପୁରୁଷୋତ୍ତମପୁର ନଗର କଂଗ୍ରେସ ଉପସଭାପତି ଶୁସାନ୍ତ କୁମାର ଗୌଡ , କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସଞ୍ଜୟ କୁମାର ମଣ୍ଡଳ (ପିଣ୍ଟୁ) କବିସୂର୍ଯ୍ୟନଗର ବ୍ଲକ ସଭାପତି ଶରତ ଚନ୍ଦ୍ର ଦାଶ, କବିସୂର୍ଯ୍ୟନଗର ବ୍ଲକ ସମ୍ପାଦକ ଧରଣୀ ଧର ବେହେରା, ଶ୍ରୀନିବାସ ପ୍ରଧାନ, କବିସୂର୍ଯ୍ୟନଗର ବ୍ଲକ ଉପସଭାପତି ସୁବାଷ ଚନ୍ଦ୍ର ଜେନା,ସୁନିଲ କୁମାର ବେହେରା, ପ୍ରଦୀପ ପ୍ରଧାନ, ଭାଗିରଥି ଗୌଡ଼, ଟୁକୁନା ବେହେରା,ସଞ୍ଜୟ ମଲିକ, ସୁଶାନ୍ତ ଗୌଡ଼, ନବରଙ୍ଗି ବେହେରା, ପରଶୁ ବେହେରା, ପବିତ୍ର ସେଠୀ, ମନୋଜ ରାଉଳ, ଦିବାକର ସାହୁ, ଆଶିଷ ତ୍ରିପାଠୀ, ଦିଗାମ୍ବର ମୁଦୁଲି, ରାମ ପାଢ଼ୀ, ରାମକୃଷ୍ଣ ମହାନ୍ତି, ରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।