ଠାକୁରଗଡ଼,୨୩/୦୮(ବୁଲୁ ଦଳେଇ) : ଆଠମଲ୍ଲିକ ବ୍ଲକ କନ୍ତପଡ଼ା ଗୋପୀନାଥ ଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୧୭ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିବତ୍ସ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମକୁ ବିଦ୍ୟାଳୟ ର ପ୍ରତିଷ୍ଠାତା ସଦସ୍ୟ ଗଣେଶ୍ୱର ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଲୁମିନୀ ସଭାପତି ପ୍ରବୀଣ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀମସେନ ପ୍ରଧାନ ଯୋଗ ଦେଇ ଥିବା ବେଳେ ଶିକ୍ଷକ ପ୍ରିୟରଞ୍ଜନ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଚାରପତି ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ, ତାପ ଢ଼ୋଲ୍ ର ବିଜ୍ଞାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇ ଥିଲେ। ବିଦ୍ୟାଳୟ ର ଖେଳ ଶିକ୍ଷକ ବିରେନ୍ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବିଜ୍ଞାନ ମେଳା କୁ ସ୍ଥାନୀୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା କନ୍ତପଡ଼ା ଗ୍ରାମ ବାସୀ ବୁଲି ଦେଖିଥିଲେ। ଏହି କାର୍ଯ୍ୟ କ୍ରମରେ ଶିକ୍ଷକ ପ୍ରସନ୍ନ କୁମାର ରଣା ଓ ବିଦ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ।