ଗୁଣପୁର,(ସିଦ୍ଧାର୍ଥ ଦାସ) : ଗୁଣପୁର ସ୍ଥାନୀୟ କୁଜେନ୍ଦ୍ରି ଗ୍ରାମ ନିକଟରେ ସକାଳ ୯ ଘଣ୍ଟା ସମୟରେ ଏକ ଆକସ୍ମିକ ଭାବେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା ୩ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ ଗୁଣପୁରର ବିଜେଡ଼ି ଜିଲ୍ଲା ଛାତ୍ର ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା (ପିଙ୍କୁ) ମାନବିକତା ଦେଖାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଥିରୁ ଗଣପତି ଶବର ବୟସ ୧୭, ଗ୍ୟାନେଶ୍ୱର ଶବର ବୟସ ୧୭, ଅଜୟ ଶବର ବୟସ ୧୭, ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ୩ ଜଣ ଗୁରୁତର ଆହତ ହୋଇଥିବା ହେତୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ତତ୍ ସଙ୍ଗେ ପିଙ୍କୁ ପଣ୍ଡା ଭାଇ (ଓଡ଼ିଶା – ମୋ ପରିବାର) ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ସ୍ଥାନାନ୍ତରିତ କରାଇଥିଲେ। ଏଭଳି ମହାନ୍ କାମ ପାଇଁ ଜନସାଧରଣ ପିଙ୍କୁ ପଣ୍ଡାଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି। ପୋଲିସ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।