ରାୟଗଡା,(ପ୍ରଫୁଲ କୁମାର ବେହେରା):ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶାଗବାରି ଗ୍ରାମ ର ଜଣେ ଅସହାୟ ନାବାଳକଙ୍କୁ ମୈତ୍ରୀ କମ୍ପାନୀ ପକ୍ଷରୁ ସହାୟତା ପ୍ରଦାନ ପରେ ହୃଦ ରୋଗ ର ସଫଳ ଅସ୍ତ୍ରୋପଚାର କରାଯାଇଥିବା ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପିଡିତ ନାବାଳକ ହେଲେ ଉକ୍ତ ଗ୍ରାମର ସୁଶାନ୍ତ ନାଏକଙ୍କ ପୁଅ ଭବାନୀ ଶଙ୍କର (୧୩) ସେ ନିଜ ଗ୍ରାମରେ ୮ ଷ୍ଟମ ଶ୍ରେଣୀରେ ଛାତ୍ର, ହେଲେ ସେ ଦୀର୍ଘଦିନ ଧରି ହୃଦ ରୋଗ ରେ ପୀଡିତ ଥିବାବେଳେ ପରିବାର ମଧ୍ୟରେ ଆର୍ଥିକ ଅବସ୍ଥା ଠିକ ନ ଥିବା ହେତୁ ଚିକିତ୍ସା ଅଭାବରୁ ପଡି ରହି ଥିଲେ । ଉକ୍ତ ଖବର କୁ ଅଞ୍ଚଳରେ କାର୍ଯ୍ୟରତ ମୈତ୍ରୀ କମ୍ପାନୀ ମାଲିକ ଶ୍ରୀନିବାସ ରାଓ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଖବର ଶୁଣିବା ପରେ ତୁରନ୍ତ ଭବାନୀଶଙ୍କର ଙ୍କୁ ଏକ ସ୍ଵତନ୍ତ୍ର ଗାଡି ଯୋଗେ ବିଶାଖାପାଟଣା ସ୍ଥିତ ‘ ଇଣ୍ଡଷ ‘ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇଦିନ ଧରି ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିରୀକ୍ଷଣ ପରେ ସୋମବାର ଦିନ ଦ୍ବୀପହର ରେ ତାଙ୍କ ହୃତପିଣ୍ଡ ର ସଫଳ ଅସ୍ତ୍ରୋପଚାର କରାଯାଇଥିବା ଜଣା ପଡ଼ିଛି । ଉକ୍ତ ଖବର ପାଇ ଅଞ୍ଚଳ ରେ ଏକ ଖୁସିର ଲହରୀ ଖେଳିଯାଇଛି । ପୁଣି ଜଣେ ଅସହାୟ ନାବାଳକ ଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଥିବା ରୁ ମୈତ୍ରୀ କମ୍ପାନୀ ମାଲିକ ଶ୍ରୀ ଶ୍ରୀନିବାସଙ୍କୁ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଭୁରିୟ ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି ।