ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ): ରାଜ୍ୟ ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ର ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସମସ୍ତ ୧୫ ଗୋଟି ଗ୍ରା.ପ ରେ କାର୍ଯ୍ୟରତ ପଂଚାୟତ ନିର୍ବାହୀ ଅଧିକାରୀ ସମୂହ ସଂଘର ୨ ଦଫା ଦାଵୀ ଯେପରିକି ଶିକ୍ଷାଗତ ଯୋଗ୍ୟତା +୨ ବଦଳରେ +୩ କରାଯାଉ ଏବଂ ଲେଭେଲ ୫ ରୁ ଲେଭେଲ ୯ କୁ ବୃଦ୍ଧି କରାଯାଉ । ଉକ୍ତ ୨ ଦଫା ଦାଵୀ କୁ ବୀରମହାରାଜପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ମୋତିଳାଲ ସୁଲିଆଙ୍କୁ ପ୍ରଦାନ କରାଯାଇଛି । ଦାଵୀରେ ଆସନ୍ତା ୭ ତାରିଖ ରୁ କଳାବ୍ୟାଚ ପରିଧାନ ପୁର୍ବକ ପ୍ରତିବାଦ କରି କାର୍ଯ୍ୟକରିବା ନେଇ ଜଣେଇଥିବା ସହିତ ଯଦି ସରକାର ସଂଘର ଦାଵୀ ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ଆସନ୍ତା ୧୮ ତାରିଖ ରୁ ସାମୁହିକ ଛୁଟିରେ ରହିବାକୁ ଦାଵୀପତ୍ର ରେ ଉଲ୍ଲେଖ କରିଥିବା ସଂଘ ଜଣେଇଛି । ଆଜି ଦାଵୀପତ୍ର ପ୍ରଦାନ ସମୟରେ ଗୈାରଚରଣ ସାହୁ, ଗୈାରାଙ୍ଗ ମହାପାତ୍ର, ସରୋଜ ନନ୍ଦ, ଅକ୍ଷୟ ଭୋଇ, ଲିଙ୍ଗରାଜ ବାଘ, ମିତାଞ୍ଜଳି ରଥ, ଦୁର୍ଗାପ୍ରସାଦ ମେହେର, ଯଷୋବନ୍ତ ରାୟ, ବିଶ୍ବାମିତ୍ର ସାହୁ ପ୍ରମୁଖ ଦାଵୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।