ଦୁଲକିବନ୍ଦ ଗ୍ରାମର ବ୍ୟବସାୟୀ ଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ୭ ଲକ୍ଷ ଟଙ୍କା ୪ ଭରି ସୁନା ଲୁଟିଲେ ଦୁର୍ବୁତ୍ତ

ଜୟପାଟଣା:(ମଳୟ କୁମାର ସାହୁ):-କଳାହାଣ୍ଡି ଜ଼ିଲ୍ଲା କଳମପୁର ଥାନା ଦୁଲକିବନ୍ଦ ଗ୍ରାମର ବ୍ୟବସାୟୀ ରାଜେଶ ସରାଫ ଙ୍କ ଘରୁ ୬ ଜଣ ଦୁର୍ବତ୍ତ ବନ୍ଧୁକ ଦେଖାଇ ୭ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ୨କିଲୋ ରୁପା ଚୋରି କରି ନେଇ ଯାଇଥିଲେ |ଖବର ଅନୁସାରେ ଗତ ବିଳମ୍ବିତ ରାତିରେ ରାଜେଶ ସରାଫ ଓ ତାଙ୍କ ପରିବାର ଶୋଇ ଥିବା ବେଳେ ୬ ଜଣ ଦୁର୍ବତ୍ତ ଘରେ ପଶି ରାଜେଶ ଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ ବାନ୍ଧିଦେଇ ଘରର ଆଲମାରୀ କୁ ଭାଙ୍ଗି ସୁନା, ରୁପା ଓ ଟଙ୍କା ଚୋରି କରି ନେଇ ଯାଇଥିଲେ |ଏ ନେଇ ମଙ୍ଗଳବାର ରାଜେଶ ଥାନାରେ ଏକ ଲିଖିତ ଅଭିଯୋଗ କଲାପରେ ଖବର ପାଇଁ ଘଟଣା ସ୍ଥଳକୁ ଧର୍ମଗଡ ଏସଡିପିଓ ଧୀରଜ କୁମାର ଚୋପଦାର, କଳମପୁର ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳ ଓ ସାଇଣ୍ଟିପିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି |ଏହି ଡକାୟତି ଘଟଣା ପୋଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଥିବା ବେଳେ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୋଲିସ ଠାରୁ ସୂଚନା ମିଳିଛି ।