କବିସୂର୍ଯ୍ୟନଗର,୪/୮(ସୁନିଲ କୁମାର ବେହେରା): ମାନ୍ୟବର ଗଞ୍ଜାମ ଜିଲ୍ଲା ସଭାପତି ଏବଂ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ କବିସୂର୍ଯ୍ୟନଗର ୧୨ ନଂ ୱାର୍ଡ ରେ ଥିବା ଶ୍ରୀ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର କର୍ମୀ ସମ୍ମିଳନୀ ହୋଇଥିଲା । ଉକ୍ତ ବୈଠକରେ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଶରତ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣ କୌଶଳ ସ୍ତିର କରିବା। ପ୍ରତି ପଞ୍ଚାୟତ ବୁଥ ସ୍ତରରୁ କର୍ମୀ ମାନଙ୍କୁ ଏକତ୍ରିତ କରି କଂଗ୍ରେସ ସଗଂଠନକୁ ମଜବୁତ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କବିସୂର୍ଯ୍ୟନଗର ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ କୁମାର ଗୌଡ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଶ୍ରୀ ସଞ୍ଚୟ କୁମାର ମଣ୍ଡଳ(ପିଣ୍ଟୁ) ,ଓଡ଼ିଶା O B C ସେଲ ସଭାପତି ଶ୍ରୀ ଅମର ଭୂୟାଁ, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ଶ୍ରୀ ମନୋରଞ୍ଜନ ଦାସ୍, ଉପସଭାପତି ସୁଶାନ୍ତ କୁମାର ଗୌଡ, ସୁନିଲ କୁମାର ବେହେରା, ଶ୍ରୀ ଧରଣୀଧର ବେହେରା, ଶ୍ରୀ ସୁବାଷ ଚନ୍ଦ୍ର ଜେନା, ଶ୍ରୀ ଜାନକୀ ବଲ୍ଲଭ ମହାନ୍ତି, ସଂଗ୍ରାମ ବେହେରା, ପବିତ୍ର ନାୟକ, ସୁଶାନ୍ତ ସାହୁ, ଏବଂ ଗୈରି ଚନ୍ଦ୍ର ସାହୁ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।