ଢେଙ୍କାନାଳ- ୨୩/୦୭(ଶୁଭମ ପାଣି): – ଢେଙ୍କାନାଳ ସହରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ ଥିବା ମା’ଲକ୍ଷ୍ମୀଙ୍କ ମନ୍ଦିର ଠାରେ ପୁରୁଷ ଓ ମହିଳା ବହୁମୁଖୀ ସାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାଟି ସଭାପତି ଶ୍ରୀ ଅମରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥୁଲା । ଉକ୍ତ ସଭାରେ ପ୍ରସ୍ତାବିତ କ୍ୟାଡର ଉପରେ ଆଲୋଚନା ଏବଂ କ୍ୟାଡର ଫାଇଲ୍ର ଷ୍ଟାଟସ୍ ଉପରେ ଆଲୋଚନା କରାଗଲା। ତୃଣମୂଳ ସ୍ତରରେ କିଭଳି ସଂଘକୁ ସୁଦୃଢ କରିବା ସେ ବିଷୟରେ ଆଲୋଚନା କରାଗଲା । ଆଜିର ଏହି ସଭାରେ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କର ଡ୍ରେସ୍ କୋଡ୍ ଉପରେ ଆଲୋଚନା କରାଗଲା । ପ୍ରତ୍ୟେକ ବିଦ୍ୟାଳୟରେ ଯେଉଁମାନେ ପାଚିକା ଅଛନ୍ତି ସେମାନେ ସେହି ସମାନ ରଙ୍ଗର ପୋଷାକ ପରିଧାନ କରୁଥିବାରୁ ଏହା ଏକ ନିହାତି ଅପମାନ ଜନିତ କଥା ବୋଲି ମହାସଂଘ ହୃଦୟଙ୍ଗମ କଳା । ମହିଳା ସ୍ଵାସ୍ଥ୍ୟକର୍ମୀମାନଙ୍କର ପୋଷାକର ରଙ୍ଗ ପରିବର୍ତନ କରାଯିବା ପାଇଁ ସଚିବାଳୟକୁ ଲେଖିବା ପାଇଁ ଆଲୋଚନା କରାଗଲ । ଏହି ସଭାରେ ଉପସ୍ଥିତ ସମ୍ପାଦକ ସରୋଜ କୁମାର ଧଳ, ସଂଯୋଜକ ସନ୍ତୋଷ ବିହାରୀ, ସହ-ସମ୍ପାଦକ ତାପସ ସାହୁ, ସଂଯୋଜକ ରୁବି ପ୍ରିୟଦର୍ଶିନୀ, ଡାକ୍ତର ସାହୁ ଓ ସୁଭଦ୍ରା ସାହୁ, କର୍ମକର୍ତା ସନ୍ତୋଷ କୁମାର ନାୟକ, ମାନସ ରଞ୍ଜନ ମିଶ୍ର, ଶିଶିର କୁମାର ସାହୁ, ଆଭାମୟୀ ଦତ, ଦିଲ୍ଲିପ କୁମାର ଆଚାର୍ଯ୍ୟ ସତ୍ୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।