ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ) – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୋଟସମଲାଇ ସ୍ଥିତ ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଗ୍ରିଲ୍ ଭାଙ୍ଗି ଦାନ ବାକ୍ସ ରୁ ଟଙ୍କା ଚୋରି କରିଥିବା ଜଣାପଡିଛି। ଟଙ୍କା ଚୋରି କରି ଦାନ ବାକ୍ସ ଟି ମନ୍ଦିର ପଛପଟେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଏଠାରୁ ବାରମ୍ବାର ଚୋରି ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଆଘାତ ଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ଅତିଶୀଘ୍ର ତଦନ୍ତ କରି ଦୋଷୀକୁ ଗିରଫ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଏହି ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ସିସିଟିଭି କ୍ୟାମେରା ଓ ଜଗୁଆଳି ର ବ୍ୟବସ୍ଥା କରାଯିବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।