ଶାଳବଣ ଗ୍ରାମର ଦାଦନ ଶ୍ରମିକଙ୍କ ହାଇଦ୍ରାବାଦ ରେ ମୃତ୍ୟୁ

ବେଗୁନିଆପଡ଼ା :୨୬/୦୬(ସୁନିଲ କୁମାର ବେହେରା) :ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଗ୍ରାମରେ | ଉକ୍ତ ଗ୍ରାମର 45 ବର୍ଷୀୟ ଯୁବକ ମୀନକେତନ ଡାକୁଆ ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ | ହେଲେ ବିଧିର ବିଧାନ ଥିଲା କିଛି ଅଲଗା | ଦୀର୍ଘ ଚାରି ବର୍ଷ ହାଇଦ୍ରାବାଦ ର ମେଘା ଇଂଜିନିୟରିଙ୍ଗ କଂସ୍ତ୍ରକ୍ସନ୍ ୟୁନିଟରେ କାମ କଲା ବେଳେ ହଠାତ ଗତକାଲି ସିମେଣ୍ଟ ମିକ୍ସଚର ମେସିନରେ ଦୁର୍ଘଟଣା ଘଟି ପ୍ରାଣ ହରାଇ ଥିଲେ ମୀନକେତନ | ସେଠାରେ କମ୍ପାନୀ ତରଫରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ଶବକୁ ଶାଳବଣ ଗ୍ରାମକୁ ପଠାଇ ଥିଲେ | ସେଠାରେ ଶୋକାକୁଳ ପରିବେଶରେ ମୃତକଙ୍କ ଶେଷକୃତ ସମ୍ପନ୍ନ କରା ଯାଇଥିଲା | ମୃତକ ଜଣଙ୍କ ଅଭାବୀ ପରିବାର ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି | ମୃତକଙ୍କ ପରିବାରକୁ କମ୍ପାନୀ ତରଫରୁ ସହାୟତା ମିଳିବା ନେଇ ପ୍ରତିଶୃତି ମିଳିଥିବା କହିଛନ୍ତି ଷଣ୍ଢମୂଳ ପଞ୍ଚାୟତ ର ସରପଞ୍ଚ ପ୍ରଶାନ୍ତ କୁମାର ପରିଡା | ସରକାରୀ ସ୍ତରରେ ସହାୟତା ଯେପରି କରାଯିବ ସେ ନେଇ ନିଜର ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ !