ଠିକାଦାର କୁ ଗୁଳିକାଣ୍ଡ ମାମଲାମାଷ୍ଟର ମାଇଣ୍ଡ ମନୋଜ ଏବଂ ତିନି ଗିରଫ ତିନି ଗାଡି ବନ୍ଧୁକ ଏବଂ ଗୁଳି ଜବତ ଗୋଟିଏ ହତ୍ୟାକାଣ୍ଡ ଲୁଚେଇ ବାକୁ ଯାଇ ଆଉ ଏକ ହତ୍ୟାକାଣ୍ଡ

ଚିଲିକା-୨୪/୬/ବିନୁ ଦାସ୍:-ବିଗତ ୧୪ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ରାଧା ମୋହନ ପୁର ନିବାସୀ ଜଣେ ଠିକାଦାର ରମେଶ ରାଉତ କୁ ଗୁକି କରି ହତ୍ୟା କରିଥିଲେ।ଏହି ସମ୍ବେଦନଶୀଳ ଘଟଣା ଟାଙ୍ଗୀ ଥାନା ର ପ୍ରଥମ ଲୋମହର୍ଷକ ଘଟଣା ହୋଇଥିଲେ ବି ପୁଲିସ ପାଇଁ ବଡ଼ ଚାଲେଞ୍ଜ ଥିଲା ଘଟଣା ର ମାଷ୍ଟର ମାଇଣ୍ଡ କିଏ ଏବଂ କାହିଁକି ଘଟଣା ଘଟିଲା।ଏଥିପାଇଁ ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ବିଶ୍ୱାଳ ତିନୋଟି ଟିମ ଗଠନ କରି ଗୁଳିକାଣ୍ଡ ଦିନ ଦୁଇ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଆଉ ଦୁଇ ଅଭିଯୁକ୍ତ ଏବଂ ଏହି ହତ୍ୟାକାଣ୍ଡ ର ମାଷ୍ଟର ମାଇଣ୍ଡ ମନୋଜ କୁମାର ପରିଡ଼ା ଏବଂ ଅନ୍ୟ ଜଣେ ସହଯୋଗୀ ସନ୍ତୋଷ କୁମାର ପ୍ରଧାନ ଓରଫ ଶିଲୁ କୁ ଗିରଫ କରି ହତ୍ୟାକାଣ୍ଡ ସ୍ଥଳରେ ଟିଆଇ ପାରେଡ଼ କରିବା ସହିତ ଗୁଳିକାଣ୍ଡ ସ୍ଥଳରୁ ଖୋକା ବି ଜବତ କରିଛି ଟାଙ୍ଗୀ ପୁଲିସ। ସୂଚନାଯୋଗ୍ୟ କି ଗତ ୧୯ ତାରିଖରେ ମୃତକ ରମେଶଙ୍କ ପତ୍ନୀ ଅନୁପମା ରାଉତଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ଥାନା କେଶ ନମ୍ବର ୪୯୮ ରେ ଏକ ହତ୍ୟା ମାମଲା ରୁଜୁ କରି ଗୁଳିକାଣ୍ଡ ରାତିରେ ଡାକ୍ତରଖାନାକୁ ରମେଶର ମୃତଦେହ ଧରି ଆସିଥିବା ମୁଣ୍ଡାଳ ଗ୍ରାମର ଟୁଟୁ ବାରିକ କୁ ପୁଲିସ ପ୍ରଥମେ ଡାକ୍ତରଖାନାରୁ ଗିରଫ କରି ତାଠାରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ସୂଚନା ହସ୍ତଗତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ।ହତ୍ୟାକାଣ୍ଡ ରେ ସାମିଲ ଥିବା ଗଙ୍ଗାଧର ସୁବୁଦ୍ଧି ଓରଫ ବୁନା ବାରିକ କୁ ଗିରଫ କରି ହତ୍ୟାକାଣ୍ଡ ର କାରଣ ଖୋଜି ପାଇନଥିଲା ଟାଙ୍ଗୀ ପୁଲିସ।ଯାହା ଫଳରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିୟା ଏବଂ ବାଲୁଗାଁ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଆନ୍ତର୍ଜାତୀୟ ସୁପାରୀ କିଲର ମନୋଜ କୁ ଗିରଫ କରିବା ସହିତ ତା ସହିତ ହତ୍ୟାକାଣ୍ଡ ରେ ସାମିଲ ଥିବା ଅନ୍ୟ ଜଣେ କ୍ରିମିନାଲ ସନ୍ତୋଷ ଓରଫ ଶିଲୁ କୁ ଗିରଫ କରିଛି ଟାଙ୍ଗୀ ପୁଲିସ।


ସୂଚନାଯୋଗ୍ୟ କି ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟରିୟା ଙ୍କର ପ୍ରେସ ମିଟ ରେ କହିଥିଲେ କି ସୁପାରି କିଲର ମନୋଜ ଜଣେ ଆନ୍ତରାଜ୍ୟ କ୍ରିମିନାଲ ।ମନୋଜ ନାମରେ ବିଭିନ୍ନ ସ୍ଥାନରେ ୧୪ ରୁ ଉର୍ଦ୍ଧ୍ବ ହତ୍ୟା ,ରାହାଜନୀ ଡ଼କାୟତି ଭଳି ସଙ୍ଗୀନ ଦଫା ରେ ମାମଲା ରହିଛି।ହତ୍ୟାକାରୀ ମନୋଜ ଗତ ୧୪ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଏବଂ ଡ଼କାୟତି କରିଥିଲେ।ଏହି ଅପରାଧ ଘଟେଇ ନିଜର କ୍ରାଇମ ବନ୍ଧୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ର ମୁଣ୍ଡାଳ ଗ୍ରାମର ଟୁଟୁ ବାରିକ ଙ୍କ ଘରେ ଆଶ୍ରୟ ନେବାକୁ ଆସି ରହିଥିଲେ।ଅଭିଯୁକ୍ତ ମନୋଜ ସଦାବେଳେ ଟୁଟୁ ଘରକୁ ଆସେ ଏବଂ କ୍ରାଇମ କରି ଏଠାରେ ଆଶ୍ରୟ ନେଇ ପୁଲିସ କୁ ଚକମା ଦେଇ ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ରାଇମ କରେ।ଗତ ୧୯ ତାରିଖରେ ଟୁଟୁ ବାରିକ ,ମନୋଜ,ବୁନା ଏବଂ ସନ୍ତୋଷ ଏହି ଅଭିଯୁକ୍ତ ମାନେ ରାଧା ମୋହନପୁର ଗ୍ରାମର କିଛି ଦୂରରେ ଥିବା କେଳୁ ବେହେରାଙ୍କ ଦୋକାନ ପାଖରେ ମଦ୍ୟପାନ କରିବା ସହିତ ୧୪ ତାରିଖ ହତ୍ୟାକାଣ୍ଡ ବିଷୟରେ ପ୍ରଘଟ କରିଥିଲେ ।ଯାହାଫଳରେ କାଳେ ଏ ବିଷୟ ଟୁଟୁ ବାରିକ ସହିତ ମଦ୍ୟପାନ କରୁଥିବା ସାଙ୍ଗ ରମେଶ ବାହାରେ ପ୍ରଘଟ କରିଦେବ ସେ ବିଷୟରେ ରମେଶ କୁ ଧମକ ଦେବା ସହିତ କାହାକୁ କହିଲେ ମାରିଦେବି କହି ମନୋଜ ରମେଶ କୁ ଗୁଳି କରି ମାରିଦେଇ ଫେରାର ହୋଇଯାଇଥିଲେ। ଏସ୍ପି ସିଦ୍ଧାର୍ଥ କହିଥିଲେ କି ନିଜର ଦୋଷ ଲୁଚେଇ ବାକୁ ଜଣେ ସାଙ୍ଗ କୁ ମାରିଦେବା ଏବଂ ମାରି ଦେଇ ହତ୍ୟାକାରୀ ଫେରାର ହେବା ଏହା ଧରିବା ପୁଲିସ ପାଇଁ ମୁଣ୍ଡବ୍ୟଥା ଦେଇଥିଲା।
ହତ୍ୟାକାରୀ ଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଜନସାଧାରଣ ଟାଙ୍ଗୀ ଥାନଧିକାରୀ ଦିଗ୍ ବିଜୟ ବିଶ୍ୱାଳ ଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ପୁଲିସ ବାହିନୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।