କାହା ସ୍ବାର୍ଥ ରେ ଅବହେଳିତ ଶ୍ରୀ ଗୋପୀନାଥ ; ଚର୍ଚ୍ଚା ରେ ଗୁଣପୁର ଗୁଣ୍ଡିଚା ମନ୍ଦିର !

(ଗୁଣପୁର): ସିଦ୍ଧାର୍ଥ ଦାଶ :- ଗୁଣପୁର ଠାରେ ତୃତୀୟ ଦିବସରେ ନିଜ ଜନ୍ମ ବେଦୀରେ ମହାପ୍ରଭୁ ଜଗନ୍ନାଥ କଚ୍ଛପ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କୁହାଯାଏ ଜନ୍ମ ଜନ୍ମର ପାପକୁ ଦୂର କରିବାକୁ ହେଲେ ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କ ୯ ଦିନ ରେ ୧୦ ଅବତାର ରେ ଦର୍ଶନ କରାଯାଏ। ହଜାର ହଜାର ଭକ୍ତଙ୍କ ଭିଡରେ ଆଜି ଗୁଣପୁର ଗୁଣ୍ଡିଚା ମଣ୍ଡପରେ ମଧ୍ୟ ଜଗତର ନାଥ ସମସ୍ତଂକୁ ଦର୍ଶନ ଦେଉଛନ୍ତି। କିନ୍ତୁ ପରିତାପର ବିଷୟ ନିତ୍ୟ ପୂଜା ପାଉଥିବା ମଦନମୋହନ ଓ ରାଧାରାଣୀ ଆଜି ଅବହେଳିତ ଅବସ୍ଥାରେ ମଣ୍ଡପରେ ପାଦତଳେ ପୂଜା ପାଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ଭକ୍ତ ମାନେ ସହଜରେ ଗ୍ରହଣ କରିପାରିନଥିଲେ। ସୂଚନା ଯୋଗ୍ୟ ଯେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଗୁଣ୍ଡିଚା ମନ୍ଦିରରେ ସୁବ୍ୟବସ୍ଥା ପାଇଁ ପୂର୍ବରୁ ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମଦନ ମୋହନଙ୍କ ସ୍ଥାନ ନିରୂପଣ କରିଥିଲେ କିନ୍ତୁ ମନ୍ଦିର ପୂଜାରୀଙ୍କ ମନମୁଖୀ ଶାସନ ଯୋଗୁଁ ଏଭଳି ଅବ୍ୟବସ୍ଥା ଘଟିଥିବା ସାଧରଣରେ ଚର୍ଚ୍ଚା ହେଉଛି ।