ଖପ୍ରାଖୋଲ ୨୨/୬( ରୁପେନ୍ଦ୍ର ମୁଣ୍ଡା ) : ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ବପ୍ନ, ପୁଅ ବଡହେଲ ଭଲ ମଣିଷ ହେବ, ଗରିବ ପରିବାର ର ଦୁଃଖ ଯିବ। ହେଲେ କିଏ ଜାଣିଥିଲା ସାଇକେଲ ଚଳାଉ ଚଳାଉ ପଡ଼ିଯାଇ ଯେ ଏତେ ଦୁର୍ବଳ ହୋଇଯିବ । ଏପରି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହୁରୁଣ୍ଡି ଗାଁ ରେ। ଗାଁ ର ଦୁର୍ଯ୍ୟୋଧନ ବେହେରା (୩୫) ସ୍ତ୍ରୀ ଅନିତା ବେହେରା (୩୦)ସହ ପୁଅ ଅନିକେଶ (୯) ଝିଅ ରଶ୍ନି (୫) , ସାଙ୍ଗରେ ବୃଦ୍ଧା ମାଆ ଓ ବାପା। ପରର ମୁଲଆଗି ବେଶ୍ ହସ ଖୁସିରେ ଚାଲୁଥିଲା ପରିବାର । ଏହି ସୁଖର ସଂସାର ଉପରେ କାହାର ନଜର ଲାଗିଲା କେଜାଣି । ପୁଅ ଆନିକେତ ଗତ ମାଇ ମାସ ୧୦ ତାରିଖରେ ରେ ଏକ ସାଇକେଲ ରେ ରାସ୍ତାରେ ଖେଳୁଥିବା ବେଳେ ସାଇକେଲ ରୁ ପଡ଼ି ଆହତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ରାତିର ପୁଅର ପେଟ ଦରଜ ହୋଇଥିଲା । ଏହାପରେ ବାନ୍ତି ହୋଇଥିଲା । ଏହାଦେଖି ପରିବାର ଲୋକେ ପିଲା ଟିକୁ ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପିଲାଟିକୁ ବୁର୍ଲା ବଡ଼ ଡାକ୍ତର ଖାନା କୁ ରେଫର୍ କରିଥିଲେ । ଶିଶୁ ଟିକୁ ପରିବାର ତରଫରୁ ଧାରକରଜ୍ କରି ଗତ ମେ ମାସ ୧୨ ତାରିଖ ରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସାଇକେଲ ରୁ ପଡ଼ି ପିଲାର ପେଟ ରେ ଖାଦ୍ୟନଳୀ ଛିଣ୍ଡି ଯାଇଥିବା କହିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ସପ୍ତାହେ ପରେ ଟିକିଏ ଭଲ ହେବାରୁ ଘରକୁ ପଠାଇ ଦେଇଥିଲେ । ହେଲେ କିଛିଦିନ ପରେ ପୁଣି ଦରଦ ହେବାସହ ଶିଶୁର ସ୍ବାସ୍ଥ୍ୟ ବିଗିଡିବା ସହ ପିଲାଟି ଦୁର୍ବଳ ହୋଇଯିବାରୁ ପୁଣି ଥରେ ଗତ ୧୪ ତାରିଖରେ ବୁର୍ଲା ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ସପ୍ତାହେ ଚିକତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥା ରେ ସୁଧାର ନ ହେବାରୁ ମା ବାପା ଚିନ୍ତାରେ ଥିବା ସହ ଉଚ୍ଚତର ଚିକିସା ପାଇଁ କଟକ ଶିଶୁ ଭବନ କୁ ରେଫର ହୋଇଥିବାରୁ ଅର୍ଥ ଅଭାବରେ ପୁଅକୁ ଧରି ଘରକୁ ଚାଲି ଆସିଛନ୍ତି । ତାଙ୍କ ପାଖରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଥିଲେ ବି ପୁଅକୁ ବଡ଼ ଡାକ୍ତର ଖାନାରେ ଚିକିତ୍ସା ପାଇଁ ନେବାକୁ ପଇସା ନଥିବା ବେଳେ ସେଠାରେ ଅନ୍ୟ ଖର୍ଚ୍ଚ ଓ ଘରେ ବୃଦ୍ଧା ମାଆ ବାପାଙ୍କ ଦେଖାରଖା କରିବା ସମାସ୍ୟା ହୋଇଛି । ପୁଅ ର ଚିକିତ୍ସା ପାଇଁ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ସହଯୋଗ କରିବାକୁ ମା ବାପା ଆକୁଳ ନିବେଦନ କରିଛନ୍ତି । ଏନେଇ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରେଡ କ୍ରସ ପାଣ୍ଠି କିମ୍ବା ସି ଏମ୍ ଆର୍ ଏଫ୍ ରୁ କିଛି ଅର୍ଥ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବାସହ ଉଚ୍ଚତର ଚିକିତ୍ସା ପାଇଁ ନେବାକୁ କହିଛନ୍ତି ।