ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ରେ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଯାଇଛି। ସକାଳୁ ଠାକୁରଙ୍କ ମଙ୍ଗଳ ଆଳତି, ମହାସ୍ନାନ ନୂତନ ବସ୍ତ୍ର ବଲ୍ଲଭ ଭୋଗ ଲାଗି, ଖେଚେଡ଼ି ଭୋଗ ପରେ ପରେ ପହଣ୍ଡି ବେଶ କରାଯାଇଥିଲା। ନଅରରୁ ଠାକୁର ଆସିଲାପରେ ମଙ୍ଗଳାର୍ପଣ ପୂଜା କରାଯାଇ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ଆରମ୍ଭ ପରେ ପରେ ରଥଉପରେ ଛେରାପହଁରା କରାଯାଇଥିଲା ଓ ପ୍ରଥମ ରଥଟଣା ଆରମ୍ଭ କରାଯାଇଥିଲା। ଘଣ୍ଟ ସଂକିତର୍ନ ପରିବେଷଣ କରାଯାଇଥିଲା। ବଡ଼ ରଥକୁ ପୁରୁଷ ଓ ସାନ ରଥକୁ ମହିଳା ମାନେ ଟାଣିଥିଲେ। କାମାକ୍ଷା ପ୍ରସାଦ ସିଂହଦେଓ ଉପସ୍ଥିତ ରେ ଯୁବରାଜ ଅମର ଜୈତି ସିଂହଦେଓ ପହଣ୍ଡି କରି ରଥରେ ଛେରାପହଁରା କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ, ସାଂସଦ ମହେଶ କୁମାର ସାହୁ, ପୈାରଅଧକ୍ଷା ଜୟନ୍ତୀ ପାତ୍ର, ରାଜପୈରଧା ପଞ୍ଚାନନ ମିଶ୍ର, ମନ୍ଦିର ପୂଜକ ମନସୁମନ ମିଶ୍ର, ପୂଜକ ମଳୟ କର , ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆବେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା , ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀ ଉପସ୍ଥିତ ରେ ଏହି ପବିତ୍ର ରଥଯାତ୍ରା ପାଳନ କରାଯାଇଥିଲା। ବଡ ରଥ ମିନା ବଜାର ଠାରେ ଅଟକି ରହିଥିବା ବେଳେ ସାନ ରଥ ପୂରୁଣା ବସ୍ ଷ୍ଟାଣ୍ଡ ଠାରେ ଅଟକି ରହିଛି। ଆସନ୍ତା କାଲି ସକାଳ ୭ଟିକା ସମୟରେ ରଥ ଟଣା ଆରମ୍ଭ ହେବ।