ତୃତୀୟ ରଜରେ ପିଙ୍ଗୁଆ ଗ୍ରାମର ୧୯୯୮ ବ୍ୟାଚର ବନ୍ଧୁ ମିଳନ।

ଆଜି ତୃତୀୟ ରଜରେ ପିଙ୍ଗୁଆ ଗ୍ରାମର ୧୯୯୮ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ ସପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ପ୍ରାୟ ୮୦ ଜଣ ବନ୍ଧୁ ଓ ପରିବାର ୪ଟି ସାମିଲ ଥିଲେ। ଏହି ବନ୍ଧୁ ମିଳନ ଉତ୍ସବ କୁ ସତ୍ୟାନନ୍ଦ ସାହୁ,ଅମରେଶ ସାହୁ ଓ ଝିଲି ପୂର୍ଣ ଦାୟିତ୍ଵ ନେଇ ପରିଚାଳନା କରିଥିଲେ।ଏଥିରେ ଦୀର୍ଘ ୨୫ବର୍ଷ ପରେ ସମସ୍ତ ବନ୍ଧୁମାନେ ଏକତ୍ରିତ ହୋଇ ଭୋଜିଭାତ କରି ନିଜର ସୁଖଦୁଃଖ ଆଦାନପ୍ରଦାନ କରିଥିଲେ । ସତ୍ୟାନନ୍ଦ ସାହୁ , ଅମରେଶ ସାହୁ , ଝିଲିଙ୍କ ନେତୃତ୍ୱରେ ଦୀର୍ଘ ୨୫ବର୍ଷ ପରେ ସମସ୍ତ ବନ୍ଧୁମାନଙ୍କୁ ଏକତ୍ରିତ କରିଥିବାରୁ ସମସ୍ତେ ତାଙ୍କୁ ଭରପୁର ପ୍ରଶଂସା କରିଛନ୍ତି । ଏହିପରି ଭାବେ ପ୍ରତି ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରିଛନ୍ତି l