ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ ରାସ୍ତା କଡର ଉଠାଦୋକାନୀଙ୍କୁ ସଚେତନତା

ଢେଙ୍କାନାଳ,(ଶୁଭମ ପାଣି) ଢେଙ୍କାନାଳ ବସଷ୍ଟାଣ୍ଡ ଠାରୁ କୁଞ୍ଜକାନ୍ତ, ବଳରାମ ମନ୍ଦିର ଠାରୁ ବାଜିଚୈକି ପର୍ଯ୍ୟନ୍ତ ଉଠାଦୋକାନୀ ମାନଙ୍କୁ ରାସ୍ତା ଉପରକୁ ଓ ଡ୍ରେନ୍ ଉପରକୁ ମଡାଇକି ରଖୁଥିବା ଜିନିଷ ପତ୍ର ନ ରଖିବାପାଇଁ ଓ ଘରର ରାସ୍ତା ଉପରେ ବାଲି,ଗୋଡ଼ି,ପଥର ଓ ଭଙ୍ଗାରୁଜା ଇଟା ପଥର ନପାକାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଆଜି ଏକ ସଚେତନ ରଥ ବୁଲୁଥିଲା। ଯେଉଁ ମାନେ ଜିନିଷ ପତ୍ର ରାସ୍ତା ଉପରେ ଅବରୋଧ କରିଛନ୍ତି ତାଙ୍କୁ ତୁରନ୍ତ ଉଠାଇ ନେବା ପାଇଁ ବାର୍ତ୍ତା ଦେବା ସହ ଯଦି ନଉଠାନ୍ତି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ। ପୈାରନିର୍ବାହି ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ତତ୍ବାବଧାନରେ ଏହି ରଥ ଟି ସହର ପରିକ୍ରମା କରିଥିଲା