ଖପ୍ରାଖୋଲ,( ରୁପେନ୍ଦ୍ର ମୁଣ୍ଡା ) : ସରକାର ଜନସାଧାରଣ ଙ୍କ ପାନୀୟ ଜଳ ର ସୁବ୍ୟବସ୍ଥା ପାଇଁ ଅନେକ ଯୋଜନା କରି ଘର କୁ ଘର ଜଳ ଯୋଗାଈ ଦେବା ର ସୁବିଧା କରୁଥିବା ବେଳେ ସରକାରୀ ବିଭାଗୀୟ କର୍ମଚାରୀ ଓ ଠିକାଦାର ଙ୍କ ଲାଭ ଖୋର ନୀତି ଯୋଗୁଁ ସାଧାରଣ ଜନତା ଙ୍କ ହାନି ହୋଇଥାଏ । ପ୍ରଶାସନିକ ଅଧିକାରୀ ଓ ଠିକାଦାର ନିଜର ପକେଟ ପୁରାଇବା ଆଶାରେ ଜେନ ତେଣ ପ୍ରକାରେ କାମ କରି ମାଲେ ହେଉଥିବା ବେଳେ ଜନସାଧାରଣ ଙ୍କ ଆଶା ଆଶାରେ ରହିଯାଉଛି । ଏପରି ଏକ ଅଭାଵାନୀୟ ଘଟଣା ଦେଖିବାକୁ ମିଳିଛି ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତ ମହୁରୁଣ୍ଡି ଗ୍ରାମ ରେ । ସୂଚନାନୁସାରେ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ଓଭର ହେଡ଼ ଟ୍ୟାଙ୍କ ଓ ଗଭୀର କୂଅ ଖୋଲି କାମ ଚାଲିଛି । ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ଜମି ରେ ତାହା ନିର୍ମାଣ କରିବା କଥା କିନ୍ତୁ ଜଣେ ଲୋକଙ୍କ ରାୟତି ଜମି ରେ ନିର୍ମାଣ କରୁଥିବା ଜଣାପଡିଛି । ବିଭାଗୀୟ ଜେଇ ଓ ଠିକାଦାର ମିଶି ସରକାରୀ ଜମି ଚିହ୍ନଟ କରି ଲେ-ଆଉଟ ଦେଇଥିବା ବେଳେ ନିର୍ମାଣ କିନ୍ତୁ ବେସରକାରୀ ଜମିରେ ଏଠାରେ ପ୍ରଶ୍ନ ଉଠୁଛି କେଉଁ ସ୍ୱାର୍ଥ ରେ ତାହା ନିର୍ମାଣ କରାଯାଉଛି । କାମ ଶେଷ ପର୍ଯ୍ୟାୟ ରେ ଥିବା ବେଳେ ଜମି ମାଲିକ କାମ ବନ୍ଦ କରିବା କୁ ଚେତାବନି ଦେଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି ।ବିଭାଗୀୟ ଜେଇ ଓ ଠିକାଦାର ମିଳିମିଶି ଏହି ପ୍ରକଳ୍ପ ର ମୁନାଫା ଉଠାଇବା ପାଇଁ ନିଜ ସ୍ୱାର୍ଥ ପାଇଁ ଜନସାଧାରଣ ଙ୍କୁ ସୁବିଧା ସୁଯୋଗ ରୁ ବଞ୍ଚିତ ହେବାକୁ ପଡୁଛି । ବିଭାଗୀୟ ଅଧିକାରୀ ଓ ଅସାଧୁ ଠିକାଦର ଙ୍କ ମଧୁଚନ୍ଦ୍ରିକା ରେ ସରକାର ଙ୍କ ଯୋଜନା କୁ ବାଟବଣା କରିଦିଆଯାଉଛି । କୋଟି କୋଟି ଟଙ୍କାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।