ଖପ୍ରାଖୋଲ ଅମଲା ସଂଘ ତରଫରୁ କାର୍ଯ୍ୟ ବନ୍ଦ ଚେତାବନୀ

ଖପ୍ରାଖୋଲ ୩୦/୫ ( ରୁପେନ୍ଦ୍ର ମୁଣ୍ଡା ) : ସାରା ରାଜ୍ୟ ରେ ବିଭିନ୍ନ ଦାବୀ ନେଇ ରାଜ୍ୟ ମିଳିତ ଅମଲା ମହାସଂଘ ତରଫରୁ କଲା ବେଚ ପିନ୍ଧି ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନ କୁ ବଲାଙ୍ଗିର ଜିଲ୍ଲା ମିଳିତ ଅମଲା ମଞ୍ଚ ତରଫରୁ ସମର୍ଥନ ଜଣାଇ ୨୨ ତାରିଖ ରୁ କଲା ବେଚ ପିନ୍ଧି ଅଫିସ କାର୍ଯ୍ୟ କରୁଥିଲେ । ହେଲେ ସରକାର ସଂଘର ଦାବୀ ପୁରଣ ନ କରିବାରୁ ଆଗାମୀ ୧ ତାରିଖରୁ ସମ୍ପୁର୍ଣ କାର୍ଯ୍ୟ ବନ୍ଦ କରିବେ ବୋଲି ଖପ୍ରାଖୋଲ ବ୍ଲକ ଅମଲା ସଂଘ ତରଫରୁ ଚେତାବନୀ ଦେଇଛନ୍ତି । ଖପ୍ରାଖୋଲ ବ୍ଲକ ଉପ ବିଭାଗ ଅଧିକାରୀ ବ୍ରଜବନ୍ଧୁ ଠାକୁର , ରମାକାନ୍ତ ସାହୁ , ମାଧବ ସାହୁ , ରବିକାନ୍ତ ଲୁହା , ନିତ୍ୟାନନ୍ଦ ବେହେରା , ଅକ୍ଷୟ ପଧାନ , କାହ୍ନୁ ଚରଣ ସାହୁ , ଦୀପକ ସାହୁ ଓ ସଂଘାତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।