ଇନ୍ଦ୍ରାବତୀ ର ୪ ତଫା ଦାବି ସହ ମେ ୨୯ ରେ ଜିଲ୍ଲା ପାଳ କାର୍ଯ୍ୟାଳୟ ଘେରାଉ ଆମ୍ ଆଦମୀ ପାର୍ଟି।

ଜୟପାଟଣା/ ମୂଖିଗୁଡ଼ା ( ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ପ୍ରକଳ୍ପ କହିଲେ ସାରା ଓଡିଶା ରେ ପରିଚିତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ବିଗତ ବର୍ଷ ଧରି ନିର୍ମାଣ ହୋଇ 600 ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ କରି ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ରେ କଳାହାଣ୍ଡି ବାସୀ ଭାରତ ସ୍ଵାଧିନତା ର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଵାଧିନତା ରେ ଯେଉଁ ମୌଳିକ ଅଧିକାର ରହିଅଛି ଆଜି ପର୍ଯ୍ୟନ୍ତ ପାଇପାରି ନାହାନ୍ତି। କଳାହାଣ୍ଡି ଜିଲ୍ଲା ରେ ଇନ୍ଦ୍ରାବତୀ ପ୍ରକଳ୍ପ ଟେ ହୋଇଛି ଯେଉଁଟା କି ଆମର ନେତା ମନ୍ତ୍ରୀ ମାନେ କହୁଛନ୍ତି ୫୦ ବର୍ଷ ତଳେ ଇନ୍ଦ୍ରାବତୀ ର ବିକାଶ ହେବ, କଳାହାଣ୍ଡି ରେ ଆଉ ଅନ୍ଧକାର ରହିବ ନାହିଁ। ବିକାଶ ଧାରା ପରିବର୍ତ୍ତନ ହୋଇଯିବ। କିନ୍ତୁ ଦୁର୍ଭାଗ୍ୟ ଜନକ କଥା ୫୦ ବର୍ଷ ହୋଇଯାଇଥିଲେ ମଧ୍ୟ କଳାହାଣ୍ଡି ବାସୀ ବିଦ୍ୟୁତ୍ ବ୍ୟବହାର ସୁବିଧା ରୁ ବଞ୍ଚିତ। ନିଜ ଜିଲ୍ଲା ରେ ବିଦ୍ୟୁତ୍ ଉତ୍ପାଦନ ହେଉଥିଲେ ମଧ୍ୟ ତାହା ବାହାର ରାଜ୍ୟ କୁ ବିକ୍ରି ହୋଇଯାଉଛି।

କଳାହାଣ୍ଡି ବାସୀ ଙ୍କ ପାଇଁ କେତେ ଦୁଃଖ ର କଥା। କଳାହାଣ୍ଡି ବାସୀ ଙ୍କ ହକ୍ ର ଲଢେଇ ପାଇଁ ଆମ୍ ଆଦମୀ ପାର୍ଟି ର କର୍ମକର୍ତ୍ତା ଶ୍ରୀ ସତ୍ୟ ମାହାରା ଜିଲ୍ଲା ଆବାହକ କଳାହାଣ୍ଡି , ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଜୟପାଟଣା ବ୍ଲକ ସଭାପତି, ହେମନ୍ତ ସାହୁ ଜୟପାଟଣା ବ୍ଲକ୍ ଯୁବ ଉପସଭାପତି , କଲମ ପୁର ବ୍ଲକ ର ସଭାପତି ଶ୍ରୀ ଯୁକ୍ତ ସୁରେନ୍ଦ୍ର ବାଗ , ଉପସଭାପତି ଶ୍ରୀ ଯୁକ୍ତ ଗଜେନ୍ଦ୍ର ନାୟକ ର ସମସ୍ତ ସଦସ୍ୟ ଯୋଗ ଦେଇ କଳାହାଣ୍ଡି ବାସୀ ସମସ୍ତ ପରିବାର କୁ କିପରି ଦିଲ୍ଲୀ ଓ ପଞ୍ଜାବ ପରି ୨୦୦ ୟୁନିଟ୍ ମାଗଣ ରେ ଯୋଗାଇଦିଆଯିବ ତାହାକୁ ନେଇ ମେ ୨୯ ରେ ଭବାନୀ ପାଟଣା ,ଜିଲ୍ଲା ପାଳ କାର୍ଯ୍ୟଲୟ ଆମ ଆଦମୀ ପାର୍ଟି ତରଫରୁ ଘେରାଉ କରିବା ସହ ଇନ୍ଦ୍ରାବତୀ ର ୪ ଦଫା ମୁଖ୍ୟ ଦାବୀ ରଖିଛନ୍ତି । ସେ ଗୁଡ଼ିକ ହେଲା ୧- କଳାହାଣ୍ଡି ର ସମସ୍ତ ପରିବାର କୁ ୨୦୦ ୟୁନିଟ୍ ମାଗଣ ରେ ଦିଆଯାଉ। ୨ – କଳାହାଣ୍ଡି ଜିଲ୍ଲା ରେ ଅନେକ ଗାଆଁ କୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ତୁରନ୍ତ ସେ ସବୁ ଗାଆଁ କୁ ବିଦ୍ୟୁତ୍ ସଂଯୋଗ କରାଯାଉ।୩- ବିଜୁଳି କୁ ଘରୋଇ କାରଣ ବନ୍ଦ କରି ସରକାରୀ ନିୟନ୍ତ୍ରଣ ରେ ରଖାଯାଉ।୪-ଇନ୍ଦ୍ରାବତୀ ରୁ ବାହାର ରାଜ୍ୟ କୁ ସପ୍ଲାଏ ହେଇଥିବା ବିଜୁଳି ର ସରକାର ଙ୍କ ତରଫ ରୁ ଯେଉଁ ଚୁକ୍ତି ନାମା ହୋଇଛି ତାହାକୁ ସାର୍ବଜନୀକ କରାଯାଉ।