ଭାଟକୁମରଡା,(ସୁନିଲ କୁମାର ବେହେରା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା ଆଦର୍ଶ ବିଦ୍ୟାଳୟ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତା ଆଣି ଗୌରବାନ୍ବିତ ହୋଇଛି। ଏହି ବିଦ୍ୟାଳୟର ସ୍ବୟଂଜିତ ପାଣିଗ୍ରାହୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୪.୨ ପ୍ରତିଶତ ମାର୍କ ରଖି ସମଗ୍ର ଓଡିଶାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ଦଶମ ଶ୍ରେଣୀରେ ୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୭ଜଣ ପାସ କରିଛନ୍ତି। ବିଦ୍ୟାଳୟର ପାସହାର ୯୫.୭୧ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୫୫ଜଣ, ଦ୍ୱିତୀୟ ଶ୍ରେଣୀରେ ୧୨ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ସୁଷ୍ମିତା ସାହୁ ୯୪.୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀରେ ପାସ୍ ହାର ୯୬.୮୭ ପ୍ରତିଶତ ରହିଛିା ୩୨ଜଣ ପରୀକ୍ଷା ଦେଇଥିବା ବେଳେ ୩୧ଜଣ ପାସ କରିଛନ୍ତି। ଏଥିରେ ପ୍ରଥମ ଶ୍ରେଣୀରେ ୨୯ ଜଣ , ଦ୍ୱିତୀୟ ଶ୍ରେଣୀରେ ୨ ଜଣ ରହିଥିବାବେଳେ ସେଥି ମଧ୍ଯରୁ ସ୍ବୟଂଜିତ ପାଣିଗ୍ରାହୀ ପିତା ଅଜୟ କୁମାର ପାଣିଗ୍ରାହୀ ଘର ପୁରୁଷୋତ୍ତମପୁର କନକ ବିହାର ସମଗ୍ର ଓଡିଶାରେ ସପ୍ତମ ସ୍ଥାନରେ ରହିଛନ୍ତି। ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷକୁମାର ମହାପାତ୍ର ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଯୋଗୁ ଏଭଳି ସଫଳତା ହୋଇଥିବା ନେଇ ଅଭିଭାବକ ମହଲରେ ପ୍ରସଂଶା କରାଯାଇଛିା ଏହି ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ଏହା ପ୍ରଥମ ବ୍ୟାଚ ଅଟେ।