ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା-୨୦୨୩ ଉଦଯାପିତ

ମୁଖିଗୁଡା:-( ଅରୁଣ କୁମାର ସାହୁ):- କଳାହାଣ୍ଡି ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମୁଖିଗୁଡ଼ା ଠାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ତରଫ ରୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିଦ୍ୟା ମନ୍ଦିର ବିଭାଗ ଓ ଜୟପାଟଣା ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ୨୦୨୩ ଉଦଯାପିତ ହୋଇଯାଇଛି। ଏଥିରେ ସାରା କଳାହାଣ୍ଡି ଜିଲ୍ଲାରୁ ବିଦ୍ୟା ମନ୍ଦିର ବିଭାଗରୁ ଗୁରୁଜୀ ୩୪ ଜଣ ଓ ଗୁରୁମା ୧୧ ଥିବାବେଳେ ଶିଶୁ ମନ୍ଦିର ବିଭାଗରେ ଗୁରୁଜୀ ୬୨ ଓ ଗୁରୁମା ୩୬ ଏହିପରିସର୍ବମୋଟ ୧୩୮ ଜଣ ଗୁରୁମା ଗୁରୁଜୀ ଉପସ୍ଥିତଥିଲେ। ଉଦଘାଟନ ଉତ୍ସବରେ ବଲାଙ୍ଗୀର ବିଶ୍ୱତ୍ମା ଚେତନା ପରିଷଦ ର ସନ୍ଥ ସ୍ୱାମୀ ବେଦାନନ୍ଦ ସରସ୍ବତୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ହିନ୍ଦୁ ଜୀବନ ଶୈଳୀ ରେ ବୈଜ୍ଞାନିକତା ଉପରେ ମାର୍ଗ ଦର୍ଶନ କରିଥିଲେ।ତଥା ଉକ୍ତ ଉତ୍ସବରେ ସ୍ଥାନୀୟ ଓ. ଏଚ୍. ପି.ସି ର ବରିଷ୍ଠ ସାଧାରଣ ପରିଚାଳକ ମାନନୀୟ ଜହର କୁମାର ପାତ୍ର ଓ ସହକାରୀ ସାଧାରଣ ପରିଚାଳକ ମାନନୀୟ ନବ କିଶୋର ନାୟକ ମହୋଦୟ ଯୋଗ ଦେଇ ଉଦଘାଟନ କରିଥିଲେ। ସମାରୋପ ଉତ୍ସବରେ ମାନନୀୟ ସନ୍ତୋଷ କୁମାର ପଣ୍ଡା ରାଷ୍ଟ୍ର ସର୍ବୋପରି ବିଷୟ ରେ କଥା ରଖିଥିଲେ ଓ ସଂକୁଳ ସଂଯୋଜଜ୍ ମାନନୀୟ ବିଶ୍ୱଜୀବନ ପାଢ଼ୀ ବିବରଣୀ ପଠନ କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଅଜୟ କୁମାର ପାଢୀ ପରିଚୟ ପ୍ରଦାନ କରିଥିଲେ ଓ ବିଦ୍ୟାଳୟର ସଭାପତି ମାନନୀୟ ଶିଶିର କୁମାର ସାହୁ ଧନ୍ୟବାଦ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତି ସମ୍ପାଦକ ମନାନୀୟ ମୁରଲୀଧର ସାହୁ ସମ୍ପୁର୍ଣ୍ଣ ସମୟ ଉପସ୍ଥିତ ରହି ସହଯୋଗକରିଥିଲେ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ସହ ୨୫ ଅପ୍ରେଲ ସନ୍ଧ୍ୟା ରୁ ଆରମ୍ଭ ହୋଇ ୨୮ ଅପ୍ରେଲ ମଧ୍ୟାହ୍ନ  ରେ ଶେଷ ହୋଇଥିଲା।