ସାଲେପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ |

ସାଲେପୁର :ସାଲେପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ଅବସରରେ ସାଲେପୁର ହାଇ ସ୍କୁଲ ର ଅଡିଟୋରିୟାମ ହଲ ରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ୧୧୪ ଗୋଟି ଶିକ୍ଷଣ ସାମଗ୍ରୀ ପ୍ରକଳ୍ପ ମାନ ପ୍ରଦର୍ଶିତ ହୋଇଥିଲା।ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ,ଛାତ୍ର ଛାତ୍ରୀ ମାନେ ଏହି ସବୁ ପ୍ରକଳ୍ପ ଗୁଡ଼ିକୁ ବୁଲୁ ଦେଖିଥିଲେ।କାର୍ଯ୍ୟକ୍ରମରେ ସାଲେପୁର ଶିକ୍ଷା ମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀ ପୌରହିତ୍ୟ କରିଥିଲେ।ଏହି ପ୍ରଦର୍ଶନୀ ମେଳା କୁ ସାଲେପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଡି ଆଇ ଟି ର କଟକ ନରସିଂହ ପୁର ର ପ୍ରଶିକ୍ଷକ ଜଗବନ୍ଧୁ ବେହେରା,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ଦାଶ, ସମ୍ମାନିତ ଅତିଥି ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ବିଳାସିନୀ ବାହିନୀ ପତି, ଅଶୋକ କୁମାର ପତି,ନିରଞ୍ଜନ ଦାସ ,ଜିଲ୍ଲା ପ୍ରଶିକ୍ଷକ ରତିକାନ୍ତ ଦାସ,ରମାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଏହି ଭଳି ଚିତ୍ର ପ୍ରଦର୍ଶିତ ଶି କ୍ଷ ଣ ସାମଗ୍ରୀ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢା ପଢ଼ାଇଲେ ଛାତ୍ର ଛାତ୍ରୀ ମାନଙ୍କ ର ଅଧ୍ୟୟନ ପ୍ରତି ଅଧିକ ଆଗ୍ରହ ଓ ଉତ୍ସାହ ରହିବ ସହ ପିଲାମାନେ ସହଜ ଓ ସରଳ ରେ ପାଠ ଗୁଡ଼ିକୁ ବୁଝି ପାରିବେ ବୋଲି ମତପ୍ରକାଶ କରିଥିଲେ।ପ୍ରାରମ୍ଭରେ ଶିକ୍ଷା ମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥୀ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମାଛୁଆ ତି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନ୍ତର୍ଯ୍ୟାମୀ ଭୋଳ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ।କାର୍ଯ୍ୟକ୍ରମକୁ ସି ଆର ସି ଅଭୟ ବେହେରା, ପ୍ରଭାତ କୁମାର ବେହେରା,ରଞ୍ଜନ ମୋହନ ବେହେରା,ନିବାରଣ ସ୍ୱାଇଁ,ମନୋରଞ୍ଜନ ପୃଷ୍ଟି,ଅଫଜଲ ହୁସେନ,ରଞ୍ଜନ ବେହେରା,ମୃତ୍ୟୁଞ୍ଜୟ ମିଶ୍ର,ମାନସ କୁମାର ପଣ୍ଡା,କେଶବ ବେହେରା,ରଞ୍ଜିତ ସ୍ୱାଇଁ,ମାନସ ରଞ୍ଜନ ରାଉତ,ଶିବ ଶଙ୍କର ସ୍ୱାଇଁ,ବିଜୟ ଦାସ,ରମାକାନ୍ତ ପରିଜା,ସମରେନ୍ଦ୍ର ପଣ୍ଡା,ଦୀନବନ୍ଧୁ ସାହୁ ,ସୀମା ଞ୍ଚଳ ସାହୁ,କବି ମହାପାତ୍ର,କୈଳାଶ ମଲ୍ଲିକ ଙ୍କ ସମେତ ସମସ୍ତ ସି ଆର ସି ସି,ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।