ଡ଼ଃ ବି. ଆର. ଆମ୍ବେଦକରଙ୍କ ୧୩୨ଜନ୍ମ ଜୟନ୍ତୀ ପାଳିତ

ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ତୋଟାଗୁଡା ଗ୍ରାମରେ ନିକଟରେ ଗତ କାଲି ଡ଼ଃ ବି. ଆର. ଆମ୍ବେଦକର ମିଶନ ଚାରିଟେବୁଲ ଟ୍ରାଷ୍ଟ ଏବଂ ସମସ୍ତେ କାଶୀପୁର ବ୍ଲକ ଅଞ୍ଚଳ ବାସୀମାନେ ଟିକିରି ହାଟପଦା ଟାରୁ ତୋଟାଗୁଡା ଛକ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦ ଯାତ୍ରା କରିଥିଲେ ମୁଖ୍ୟ ଅତିଥି ମାନଙ୍କୁ ନାଚଗୀତ ରେ ପାଛୁଟି ଆଣିଥିଲେ, ଡେମଷା ବାଜାର ତାଳେ ତାଳେ କୁମ୍ପି ଉଠିଲାଥିଲା ତୋଟାଗୁଡା ଛକ ଏବଂ ସ୍ଥାପିତ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି – ମକରନ୍ଦ ମୁଦୁଲି ରାୟଗଡା ବିଧାୟକ ,ସଂମ୍ମାନିତ ଅତିଥି – ସପ୍ତଗିରି ଶଙ୍କର ଉଲାକା ମାନ୍ୟବର ସଂସାଦ ଲୋକସଭା କୋରାପୁଟ, ସରସ୍ବତୀ ମାଝୀ ଜିଲ୍ଲା ପରିଷଦ ଅଧକ୍ଷା ରାୟଗଡା, ସନ୍ତୋଷ ସୁନା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାୟଗଡା, କଣ୍ଟେଶ୍ୱର ମାଝୀ ପଞ୍ଚାୟତ ସମିତି ଅଦକ୍ଷ କାଶୀପୁର, କୁନି କୁମାରୀ ନାଏକ ପଞ୍ଚାୟତ ସମିତି ଅପାଧ୍ୟକ୍ଷା କାଶୀପୁର, ଅମି ମାଝୀ ଜିଲ୍ଲା ପରିଷଦ (କ)ଜୋନ କାଶୀପୁର, ରଞ୍ଜିତା ନାଏକ ଜିଲ୍ଲା ପରିଷଦ (ଖ)ଜୋନ କାଶୀପୁର,ମୁଖ୍ୟ ବକ୍ତା – ଧନଞ୍ଜୟ ହେମ୍ବ୍ରମ ଆଇଏସ ରିଟଡ୍ଡା ସେକ୍ରେଟାରୀ ଆରଡ଼ିସି କଟକ, ସତନ୍ତ୍ର ନିମନ୍ତ୍ରିତ ଅତିଥି – ଭୀମସେନ ଶବର ଉପଜିଲ୍ଲାପାଳ ରାୟଗଡା, ଶରତ ଶବର ତହସିଲଦାର କାଶୀପୁର, ମଜହର ବେଗ ସିଇଓ ଉତ୍କଳ ଆଲୁମିନା ଦୋରାଗୁଡା, ଡ଼ଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ ସିଏସଆର ଜେନେରାଲ ମେନେଜର ଏବଂ ଆଡ଼ମିନ ଉତ୍କଳ ଆଲୁମିନା ଦୋରାଗୁଡା, ଅନ୍ୟାନ୍ୟ ଅତିଧ୍ବବୃନ୍ଦ :- ବିଦ୍ୟାଧର ଦୁରିଆ, ହରପ୍ରସାଦ ନାୟକ, ରାଜେନ୍ଦ୍ର ଦୁରିଆ, ଯୁଜୁରୁ ମାଝୀ,ବିସେମ୍ବର ନାଏକ, ସାନ୍ଧୁ ମାଝୀ, ବନମାଳୀ ମାଝୀ ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଜୋସେପ ଭାତ୍ରା, ଗୋବିନ୍ଦ ନାଏକ, ସୁମନ୍ତ ନାଏକ, ରାଜୁ କୁଲଦୀପ, ଧର୍ମେନ୍ଦ୍ର ନାଏକ , ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ ଏବଂ ଅଞ୍ଚଳ ବାସୀଙ୍କ ସହଯୋଗ ହେତୁ କାର୍ଯ୍ୟକ୍ରମ ସଫଳ ହେଇଥିବାରୁ ଚାରିଟେବୁଲ ଟ୍ରାଷ୍ଟ ତରଫରୁ ଅଞ୍ଚଳଵାସୀ ଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିଲା ଡେମସା ନାଚ ଗୀତ ଅଭିନୟ ଦେଖାଇଥିଲେ ଅଞ୍ଚଳ ର କଳାକାର ମାନେ ମଞ୍ଚ ଉପରେ ଆଗାମୀ ଦିନରେ ଡ଼ଃ. ବି. ଆର. ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅବସରରେ ୩ଦିନ ଧରି ଅଞ୍ଚଳ ର କଳାକାର ମାନଙ୍କ ପାଇ ସଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଚାରିଟେବୁଲ ଟ୍ରାଷ୍ଟ ତରଫରୁ ଶେଷରେ ମଞ୍ଚ ଉପରେ କହିଛନ୍ତି