ମହରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଢେଙ୍କାନାଳ ପରିଦର୍ଶନ ପରିମଳ ବ୍ୟବସ୍ଥାକୁ ପ୍ରଶଂସା କଲେ ପ୍ରତିନିଧି ଦଳ

ଢେଙ୍କାନାଳ,୧୧/୦୪(ଶୁଭମ ପାଣି): ଆଜି ପୂର୍ବାହ୍ନରେ ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀ ଦଳ ଢେଙ୍କାନାଳ ପରିଦର୍ଶନରେ ଆସିଛନ୍ତି । ଜିଲ୍ଲା କାର୍ଯ୍ୟ।ଳୟ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ପ୍ରଶାସନିକ ଅଧିକାରୀମାନଙ୍କୁ, ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଟ୍ରାଜେଣ୍ଡର ମାନଙ୍କ ଦ୍ଵାରା କିଭଳି ଭାବରେ ବର୍ଜ୍ୟ ବସ୍ତୁ ସଂଗ୍ରହ ଓ ପରିଚାଳନା କରାଯାଉଛି ସେ ସମ୍ପର୍କରେ ବୁଝାଇ କହିଛନ୍ତି । ଢେଙ୍କାନାଳର ଭୌଗୋଳିକ ସ୍ଥିତି, ପ୍ରଶାସନିକ ବ୍ୟବସ୍ଥା ଏବଂ ଏହାର ପ୍ରାକୃତିକ ବୈଭବ ସମ୍ପର୍କରେ ପ୍ରତିନିଧୂମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପୌରାଞ୍ଚଳର ବାସିନ୍ଦାମାନଙ୍କ ନିମନ୍ତେ ମୁକ୍ତା ଯୋଜନାରେ ଲୋକଙ୍କୁ ଶ୍ରମ ଯୋଗାଣ, ଜାଗା ମିଶନ, ବିଜୁ ଆଦର୍ଶ କଲୋନୀ ପ୍ରତିଷ୍ଠା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯାଉଥୁବା ସମ୍ପର୍କରେ ସେ ଅବଗତ କରାଇଥିଲେ । ବର୍ଜ୍ୟ ବସ୍ତୁ ପରିଚାଳନା କରି ଆର୍ଥିକ ଲାଭ କରିପାରୁଥିବାରୁ ଏବଂ ଏହା ଦ୍ବାରା ମହିଳାମାନେ ଅଧିକ ଆତ୍ମନିର୍ଭରଶୀଳ ହେଉଥିବା ଜାଣି ଢେଙ୍କାନାଳ ପୌର ପାଳିକାର ଅଭିନବ ପ୍ରୟାସକୁ ପ୍ରତିନିଧୂ ଦଳ ଭୂୟସୀ ପ୍ରଶଂସା କରିଥିଲେ । ଢେଙ୍କାନାଳ ପରିଦର୍ଶନରେ ଆସିଥିବା DMA ର କମିଶନର ଓ ନିର୍ଦ୍ଦେଶକ ଡକ୍ଟର କିରନ୍ କୁଲକର୍ମୀ, RDMA ର ଜଏଣ୍ଟ କମିଶନର ଶ୍ରୀମତୀ ପୂନମ ମେହେଟା, DMA ର ଜଏଣ୍ଟ କମିଶନର ଶ୍ରୀ ଅନୀଲ ମ୍ୟୁଲେ, RDMA ର ଜଏଣ୍ଟ କମିଶନର ଶ୍ରୀ ରବୀନ୍ଦ୍ର ଯାଦବ, DMA ର ଜଏଣ୍ଟ କମିଶନର ଶ୍ରୀ ଶଙ୍କର ଗୋରେ, DMA ର ଡେପୁଟି କମିଶନର ଶ୍ରୀ ଗୋହିଦାସ ଦୋରକୁଲକର, ପୁନେ କର୍ପୋରେସନର ଡେପୁଟି କମିଶନର ଶ୍ରୀମତୀ ଆଶା ରାଉତ, ଷ୍ଟେଟ ମିଶନ ମ୍ୟାନେଜର ଶ୍ରୀ ପ୍ରସାଦ ରାଜଭୋସଲେ ଏବଂ SMMU ର ମୁଖ୍ୟ ଶ୍ରୀ ପ୍ରସନ୍ନ ମହାରଣାଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଅଂର, ନିର୍ବାହୀ ଅଧିକାରୀ, ପୌର ପାଳିକା ଶ୍ରୀ ତରୁଣ କୁମାର ମହାପାତ୍ର, ପୌର ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ । ଏହି ଅବସରରେ ପ୍ରତିନିଧ୍ୱ ଦଳ ବସ୍ ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର, ମହିଷାପାଟସ୍ଥ ମଳପଙ୍କ ପରିଚାଳନା କେନ୍ଦ୍ର, କାଠଗଡାସ୍ଥ ସମ୍ପଦ କେନ୍ଦ୍ର, କଣ୍ଟାନାଳୀ ବାଇପାର୍ଶ୍ଵସ୍ଥ ଆଚାର ଉଦ୍ୟୋଗ ଆଦି ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।