ଜୟପାଟଣା ( ଡମ୍ବରୁଧର ଦୁର୍ଗା):- ଆଜି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ପଂଚାୟତ ମହାଜନ ଗୁଡା ରେ 28ମାର୍ଚ୍ଚ ମହେନ୍ଦ୍ର ବେସ୍ରା ବୟସ ପଚିଶ ବର୍ଷ,ପରିବାର ପରିପୋଷଣ କରିବାରେ ଅସୁବିଧା ହେତୁ ସୁଦୂର କୋଇମ୍ବାଟୋର ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇଥିଲେ. ତାମିଲ ନାଡୁ ର ଏକ ଟେକ୍ସ ଟାଏଲ ମିଲ ରେ କାମ କରୁଥିଲେ,ସେଠାରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା,କେମିତି ମୃତ୍ୟୁ ହେଲା କାହାପାଖରେ ଖବର ଠିକ ନଥିବା ବେଳେ କମ୍ପାନୀ ଏକ ଅମୁଲେନ୍ସ ରେ ଯୁବକ ଙ୍କ ଗ୍ରାମ ମହାଜନ ଗୁଡାକୁ ଶବ ପହଞ୍ଚାଇଥିବା ବେଳେ ଗ୍ରାମବାସୀ ତଥା ପରିବାର ଲୋକେ ଶବକୁ ଗ୍ରହଣ ନକରି ଏନ, ଏଚ 26ରାସ୍ତା ରେ ରଖି ଅନୁକମ୍ପା ରାଶି ପ୍ରଦାନ କରିବା ସହ ମୃତ୍ୟୁ କୁ ବିଶ୍ୱାସ ନ କରି ହତ୍ୟା ସନ୍ଦେହ କରି ରାସ୍ତା ଅବରୋଧ କରିଥିଲେ, ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା. କୋକସରା ପୋଲିସ, ତହସିଲ ଦାର ଦେବ ବ୍ରତ କରାଟେ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ଅନେକ ଲୋକ ଉପସ୍ଥିତି ରହି ପରସ୍ଥିତି କୁ କଣ୍ଟ୍ରୋଲ କରିବା ସହ ବୁଝା ସୁଝା କରିଥିଲେ, ପରିବାର ର ଦାବି ଉଚିତ ତଦନ୍ତ, ଏବଂ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି ହେଉଛି, ତାଙ୍କ 5ଗୋଟି ପରିବାର କୁ ଜଣେ ପରିପୋଷଣ କରୁଥିବାରୁ, ବର୍ତ୍ତମାନ କେମିତି ଚାଲିବେ ପ୍ରଶ୍ନ…, ଏହି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି ।