ଭୁବନ ଅଞ୍ଚଳର ବିକାଶ ରେ ବାଧକ ସାଜୁଛି ଜବରଦଖଲ |

ଢେଙ୍କାନାଳ :-(ଗୋକୁଳାନନ୍ଦ ବେହେରା )ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନେକ କିଛି ବିକାଶ ମୂଳକ କାର୍ଯ୍ୟ ଆଗେଇ ଚାଲିଛି l କିନ୍ତୁ ସେହି ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟରେ ଦେଖା ଯାଇଛି ଅଞ୍ଚଳ ବାସୀଙ୍କ ବିରୋଧ l ସରକାରୀ ଜମି କୁ ଅନେକ ଦିନ ହେବ ଜବର୍ ଦଖଲ ରେ ରଖିଥିବା କିଛି ସ୍ଥାନୀୟ ବାସିନ୍ଦା ବାରମ୍ବାର ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।ସୂଚନା ମୁତାବକ କିଛି ଦିନ ପୂର୍ବରୁ ଭୁବନ ଅଞ୍ଚଳରେ ଏକ ଆଞ୍ଚଳିକ ଡାକ୍ତରଖାନା ହେବାପାଇଁ ସୀକୃତି ମିଳିଥିଲା , ଯାହାକି ଏକର ଏକର ଜମି ଉପରେ ଅଞ୍ଚଳ ବାସୀ ଜବରଦଖଲ ରେ ଥିବାରୁ ତାହା ହୋଇ ନପାରି ଫେରି ଯାଇଛି । ଏବେ ମଧ୍ୟ ଭୁବନ ଅଞ୍ଚଳର ବୃଦ୍ଧେଶ୍ୱର୍ ମନ୍ଦିର କୁ ଲାଗିକରି ଥିବା ସରକାରୀ ଜମିରେ ଏକ ପାର୍କ ହେବା ପାଇଁ ଅର୍ଥ ଅନୁଦାନ ଆକାରରେ ଆସିଅଛି ,ମାତ୍ର ତାହା କିଛି ଅଞ୍ଚଳବାସୀଙ୍କର ଜବର ଦଖଲ ରେ ଥିବାରୁ ଏବେ ଏହି ପାର୍କ ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।ତେବେ ପ୍ରବଳ ବିରୋଧ କୁ ଦୃଷ୍ଟି ରେ ରଖି ଉଚ୍ଛେଦ କାର୍ଯ୍ୟକ୍ରମ ରେ ନଗରପାଳ ଙ୍କ ସହିତ ଓ ସ୍ଥାନୀୟ ତହସିଲଦାର ଅଂଶୁମାନ ଦାସ, ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା, ଥାନା ଅଧିକାରୀ ସୌଭାଗ୍ଯ କୁମାର ସ୍ୱାଇଁ, ଏସଡିପିଓ ରଞ୍ଜନ ଦେ, କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ, ପ୍ରମୂଖ ଉପସ୍ଥିତ ଥିଲେ l