ଅବହେଳିତ ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ |

ଢେଙ୍କାନାଳ :-(ସନାତନ ନାଥ )ଅବହେଳିତ ଅବସ୍ଥାରେ ଏବେବି ଦେଖିବାକୁ ମିଳୁଛି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ l ଉକ୍ତ ଚିକିତ୍ସାଳୟ ରେ 21ଜଣ ଡାକ୍ତର ପଦବୀ ଥିବାବେଳେ ଏବେମଧ୍ୟ 3ଜଣ ଡାକ୍ତର ଥିବା ଜଣାପଡୁଛି l କିନ୍ତୁ ବଡ ଦୁଃଖର ବିଷୟ ଉକ୍ତ 2ଜଣ ଡାକ୍ତର ମଧ୍ୟ୍ୟ ସଠିକ ଭାବରେ ଚିକିତ୍ସାଳୟ ରେ କାର୍ଯ୍ୟକରୁନଥିବା ହେତୁ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି ହିନ୍ଦୋଳ NAC ବାସୀ l 2004 ମସିହାରୁ 10ଶଯ୍ୟା ବିଶିଷ୍ଟ ଏକ ଚକ୍ଷୁ ହସ୍ପିଟାଲ ର ଉଦଘାଟନ ହୋଇଥିଲେ ମଧ୍ୟ୍ୟ ସେହି ବିଭାଗ ର ବହୁ ମୂଲ୍ୟବାନ ଯନ୍ତ୍ରପାତି ଏବଂ ସାମଗ୍ରୀ ଏବେ ଖତ ଖାଉଛି ଏବଂ ସେହି ବିଭାଗ ଟି ଏବେ ଭୁତକୋଠି ହୋଇ ପଡ଼ିରହିଛି l ଏହି ମେଡିକାଲ ର ଉର୍ନତି ପାଇଁ ନେତାଠାରୁ ନେଇ ପ୍ରଶାସନ ଆଖି ବୁଜିଦେଲେଣି ବୋଲି ଆଲୋଚନା ହେଉଛି l ଏଥିପ୍ରତି ଯଦି କାହାର ନଜର ନପଡିବ ତେବେ ନିର୍ବାଚନ ରେ ତାହାର ପ୍ରଭାବ ପଡିବ ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି l ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ ସହ ଚକ୍ଷୁବିଭାଗ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉବୋଲି ଜନସାଧାରଣ ଦାବି କରିଛନ୍ତି l