ବଜ୍ରଘାତ ରେ ଜଣେ ମୃତ |

ନରସିଂହପୁର :(ପ୍ରଶାନ୍ତ କୁମାର ପଣ୍ଡା ) ବଡମ୍ବା ବ୍ଲକ ଅନ୍ତର୍ଗତ ତେଲେଣିଆ ଗାଁରେ ବଜ୍ରଘାତରେ ଜଣେ ଚାଷୀ ମୃତ । ଚାଷୀ ହେଉଛନ୍ତି ମଙ୍ଗୁଳି ନାୟକ ବୟସ ୪୬ ବଳଦ ଫିଟାଉଥିବା ବେଳେ ହଠାତ ବଜ୍ର ପଡିବାରୁ ମୃତ୍ୟୁ ବରଣ କରିଛନ୍ତି। ସଂଗେ ସଂଗେ ବିପଦର ବନ୍ଧୁ ଟିମ ଦ୍ୱାରା ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ବଡମ୍ବା ମେଡିକାଲ ରେ ଅଣା ଯାଇଥିଲା। ବଡମ୍ବା ମେଡିକାଲ ରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ପାଇ ବଡମ୍ବା ତହସିଲଦାର ନୀଳକଣ୍ଠ ବେହେରା, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ସାହୁ,ବିଜେପି ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ବିଜୟ କୁମାର ଦଳବେହେରା ପ୍ରମୁଖ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇଦେବାକୁ ବିଚାର ବିମର୍ଷ କରିଛନ୍ତି। ଖୁବ ଶୀଘ୍ର ରେଡକ୍ରସ ପାଣ୍ଠି ରୁ ଟଙ୍କା ଦେବାକୁ ଦାବି ହେଉଛି।।