ଢେଙ୍କାନାଳ: ୦୬/୦୩(ଶୁଭମ ପାଣି) : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ରିଜିଓନାଲ ଇଣ୍ଡଷ୍ଟ୍ରିଜ ସେଣ୍ଟର ( RIC) ଢେଙ୍କାନାଳ ଦ୍ବାରା ସପ୍ତାହବ୍ଯାପୀ “ଉଦ୍ଯୋଗୀ ସପ୍ତାହ- ୨୦୨୩” ପାଳିତ ହେଉଅଛି। ଆଜି ଦ୍ବତୀୟ ଦିନରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଯାଙ୍କ, ଉଦ୍ଯୋଗୀ, ସ୍ବୟଂ ସହାୟକ ଗୋଷ୍ଠୀ ତଥା କଲେଜ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଆରଆଇସି, ଢେଙ୍କାନାଳର ଜେନେରାଲ ମେନେଜର ପ୍ରଭାକର ରାଓ ସଭାପତିତ୍ବ କରିବା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଞ୍ଚାସୀନ ହେଇଥିଲେ ଏଲଡିମ୍ ନିର୍ମଳ ଚନ୍ଦ୍ର ପଣ୍ଡା, ଡିଡିଏମ୍ ନାବାର୍ଡ ପ୍ରଶାନ୍ତ କୁମାର ଦାଶ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମେନେଜର ଆଶିଷ କୁମାର ନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଆରଏସିସି ଚିଫ୍ ମେନେଜର ଧୀରେନ୍ଦ୍ର କୁମାର ଜେନା, ଢେଙ୍କାନାଳ ଶାଖା ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ଓ ୟୁକୋ ବ୍ୟାଙ୍କ ମେନେଜର ପ୍ରମୁଖ ଏହି ସଭାରେ ଅତିଥିମାନେ ଉଦ୍ଯୋଗୀ ହେବାର ଲାଭ, ଚାକିରି ପଛରେ ନ ଗୋଡ଼ାଇ ନିଜେ ଏକ ଷ୍ଟାର୍ଟ ଅପ୍ କରି ଅନ୍ଯମାନଙ୍କୁ ରୋଜଗାର ଦେବା ଉପରେ ଗୁରୁତ୍ବ ଦେଇଥିଲେ। ସରକାରଙ୍କ ଦ୍ଵାରା ଏମଏସଏମଇ ସେକ୍ଟରରେ ଥିବା ବିଭିନ୍ନ ଯୋଜନା ଓ ତଜ୍ଜନିତ ସବସିଡି ସଂପର୍କରେ ଆଲୋକପାତ କରିଥିଲେ। ବ୍ୟାଙ୍କଗୁଡ଼ିକ କିଭିଳି ସହଜରେ ୠଣ ପ୍ରଦାନ କରୁଛନ୍ତି ସେ ସଂପର୍କରେ ମଧ୍ଯ ବ୍ଯାଙ୍କ ଅଧିକାରୀମାନେ ସୂଚନା ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ଭବିଷ୍ୟତରେ କିଭଳି ଭଲ ଉଦ୍ଯୋଗୀ ହେଇପାରିବେ ସେ ସଂପର୍କରେ ମଧ୍ଯ ଆରଇସି ଜେନେରାଲ ମ୍ୟାନେଜର କହିଥିଲେ। ଉପସ୍ଥିତ ଗ୍ରାହକମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଯାଙ୍କ ଦ୍ଵାରା ୨୮.୪୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମକୁ ୟୁକୋ ବ୍ଯାଙ୍କ ଆୟୋଜନ କରିଥିଲେ। ବିଭିନ୍ନ ବ୍ୟାଙ୍କରୁ ଅଧିକାରୀ ତଥା ଶତାଧିକ ଗ୍ରାହକ ଯୋଗଦେଇଥିଲେ। ପରିଚାଳନା କରିଥିଲେ ସୁବ୍ରତ କୁମାର ପ୍ରଧାନ।