ରାୟଗଡ଼ -୨୮/୦୨(ପ୍ରଫୁଲ୍ଲ କୁମାର ବେହେରା) : ଦୀର୍ଘ ୩ ବର୍ଷ ବିତି ଯାଇଥିଲେହେଁ ମାତ୍ର ୩ କିମି ରାସ୍ତା ନିର୍ମାଣନରେ ଅପାରଗ ରହିଥିବା ଠିକା ସଂସ୍ଥା ଉପରେ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଜନ ସାଧାରଣ | 22/10/2021ମସିହା ରେ ସରକାରୀ କାର୍ଯ୍ୟାଦେଶ ପାଇଥିବା ବେଳେ ଏହାର ସଂପୂର୍ଣ୍ଣ କରିବାକୁ 24/04/2022 ସୁଦ୍ଧା କଡା ନିର୍ଦେଶ ରହିଥିବା ବେଳେ ଏହାର ଅବଧି ସରି ପ୍ରାୟ ଆଠ ମାସ ବିତି ଯାଇହିଲେହେଁ ଏହା ସଂପୂର୍ଣ୍ଣ ନ ହେଇ ଥିବାରୁ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଏହିଭଳି ଏକ ଅବହେଳା ରେ କଛପ ଗତିରେ ଚାଲିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଓ କାଶୀପୁର ବ୍ଲକ କୁ ସଂଯୋଗ କରୁଥିବା ରାସ୍ତା | ମାତ୍ର ୩ କିମି ରାସ୍ତା ବନାଇବା ପାଇଁ ୩ ବର୍ଷ ବିତି ଯାଇଥିଲେହେଁ ଏହି କାମ ନ କରିପାରିବା ଏହି ଠିକା ସଂସ୍ଥାର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କାମର ମନ୍ଥର ଗତିର ଅଭିଯୋଗ ସାଙ୍ଗକୁ ରାସ୍ତା ଉପରେ ବିଛା ଯାଉଥୁବା ମାଟି ଉପରେ ଜନ ସାଧାରଣ ପ୍ରଶ୍ନ ଉଠାଇଛନ୍ତି ବିଲ ହୁଡ଼ାର ମାଟି ପକାଇ କାମ ଶେଷ କରାଯାଉଥୁବାରୁ ଏହାର ବାଇଧତା ଉପରେ ଆଶଙ୍କା ବ୍ୟକ୍ତ କରିଛନ୍ତି ଗଙ୍ଗାଧର ନାଚିକା, ରାମଚନ୍ଦ୍ର କାଡ୍ରାକା, ସୁନ୍ଦୁରୁ ପ୍ରସ୍କା ପ୍ରମୁଖ କହିଛନ୍ତି | କହିଛନ୍ତି କି ୨ ବର୍ଷରୁ ଅଧିକ ହେବ ରାସ୍ତା ଖୋଳି ଦେଇଥିବାରୁ ଚାଷ କାମ ପାଇଁ ହଳ ଲଙ୍ଗଳ ଧରି ଯିବାକୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି ଏହି କାମକୁ ଶୀଘ୍ର ସମ୍ପୂର୍ଣ କରି ନ ପାରିଲେ ଯିଏ କରିବ ତାକୁ ହସ୍ତାନ୍ତର କରିବାକୁ ଦାବୀ କରିଛନ୍ତି ଜନ ସାଧାରଣ | କାମର ମନ୍ଥର ଗତି ସାଙ୍ଗକୁ ବ୍ୟବହାର କରୁଥୁବା ମେଟେରିଆଲ ଅତି ନିମ୍ନମାନର ବୋଲି ଅଭିଯୋଗକୁ ଖଣ୍ଡନ କରିହେବନି କାରଣ କେହି ଯନ୍ତ୍ରୀ କିମ୍ବା ଅନ୍ୟ କେହି ସରକାରୀ ଅଧିକାରୀ ନ ରହି କଂକ୍ରିଟ କାମ ଗୁଡିକ କୁ ଅତି ନିମ୍ନ ମାନର ମେଟେରିଆଲ ମାଧ୍ୟମରେ ଚାଲାକି କରି ସାରି ଦେଉଥିବାରୁ ସରକାରୀ ବାବୁଙ୍କ ଉପରେ ସନ୍ଦେହ ଜାତ ହେଉଛି | ମୋରମ ବଦଳରେ ବିଲ ହୁଡ଼ା ମାଟିକୁ ପକାଇ ରାସ୍ତା ଚଉଡା କରିବା କେତେଦୂର ସ୍ୱଛତା ତାହା ତଦନ୍ତ ସାପେକ୍ଷ ଅଟେ | ଏହି କାମ ର କାର୍ଯ୍ୟାଦେଶ ଜୟ ପ୍ରକାଶ ଶର୍ମା ଙ୍କ ନାମରେ ରହିଥିବା ବେଳେ ଅନ୍ୟ ଜଣେ ଶବ କଣ୍ଟ୍ରାକ୍ଟର ବ୍ରହ୍ମା କୁମାର ଗୋଏଲ ନାମକ ସଂସ୍ଥା କରୁଥୁବାର ଜଣା ପଡିଛି ଏ ନେଇ ଶ୍ରୀ ଗୋଏଲ ଙ୍କୁ ପଚାରିବାରୁ ଡେରି ହେବା କଥା ସେ ସ୍ୱୀକାର କରିଛନ୍ତି ଯଥା ଶୀଘ୍ର ସମ୍ପୂର୍ଣ କରାଯିବ ବୋଲି କହିଛନ୍ତି | ପ୍ରକାଶ ଥାଉକି ଏହା ଏକ ମାତ୍ର କଲ୍ୟାଣସିଂହପୁର ଓ କାଶୀପୁର ରାସ୍ତା ତତ ସାଙ୍ଗେ ସାଙ୍ଗେ ରାସ୍ତା ର ଉଭୟ ପାଖରେ ଚାଷ ଜମି ହେଇଥିବାରୁ ଚାଷ କାମରେ ବାଧା ଉପୁଜି ଥିବା କଥାକୁ ଏଡାଇ ଦିଆ ନଯାଇପାରେ ତେଣୁ ଶୀଘ୍ର ଉନତ ମାନର କାମ ସହ ସମ୍ପୂର୍ଣ କରିବାକୁ ଦାବୀ ଜଣାଇ ଛନ୍ତି ନଚେତ ରାସ୍ତା ଅବରୋଧ କରି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜନ ସାଧାରଣ | ଏ ନେଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମ୍ବିକା ପ୍ରସାଦ ମିଶ୍ର ଙ୍କୁ ପଚାରି ବାରୁ ସେ ବିଳମ୍ବ ହେବା କଥା ସ୍ୱୀକାର କରିଥିଲେ ଏବଂ କହିଥିଲେ କି ତାଙ୍କୁ ତାଗିଦ କରାଯାଇଛି ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ତେଣୁ ଯଦି ନହୁଏ ତାହେଳେ ତାଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି |