ରାୟଗଡ଼ା,୦୨/୦୨(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ପୋଲିସ କୁ ଗତକାଲି ଏକ ବଡଧରଣର ସଫଳତା ମିଳିଥିବା ବେଳେ କିଛିଦିନ ତଳେ ଚୋରି ଜନୈକ ବ୍ୟବସାୟୀ ଙ୍କ ଘରୁ ଗତ 19 ତାରିଖରେ ହୋଇଥିବା ଚୋରି ଘଟଣା ର ପର୍ଦ୍ଧା ଫାସ କରିବା ସହ 5 ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ପ୍ରେସ ମିଟ ରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଜନୈକ ବହିଷ୍କୃତ ଗୃହରକ୍ଷୀ ରବି ମହାନନ୍ଦିଆ, ପରମି ଶ୍ରୀକାନ୍ତ, ଏହି ସୁନା ଚୋରି କରି କେ ଅନିଲ କୁମାର, କେ ପ୍ରସାଦ ଓ ଭାରତୀ ସୁନା ଦୋକାନ ର ମାଲିକ କେ ସୁନିଲ ଙ୍କୁ ବିକ୍ରି କରିଥିବା ଯୋଗୁଁ ଏମାନଙ୍କୁ ଗିରଫ କରାଯାଇଥିବା ରାୟଗଡ଼ା ଏସ ପି ବିବେକାନନ୍ଦ ଶର୍ମା ପ୍ରେସ ମିଟ ରେ କହିଛନ୍ତି।
ଉକ୍ତ ଅଭିଯୁକ୍ତ ମାନଂକ ଠାରୁ , ଗୋଟିଏ ଷ୍ଟନ ନେକ୍ଲେସ, 8ଟି ସୁନା ଚୁଡି ,5ଯୋଡ଼ି କାନ ମୁଦି, ଏହିଭଳି ଅନେକ ଅଳଙ୍କାର ଯବତ୍ ହୋଇଥିବା ବେଳେ ତାହା ହାରାହାରି 350ରୁ400 ଗ୍ରାମ ସୁନା ଯବତ୍ କରି ଉକ୍ତ ସୁନା ର ମାଲିକ କେ ସାଇ ଶ୍ରୀନିବାସ ଙ୍କୁ ଫେରସ୍ତ କରଯାଇଛି । କେ ସାଇ ଶ୍ରୀନିବାସ କହିଛନ୍ତି ଯେ ଅଧା ସୁନା ମିଳିଥିବା ବେଳେ ଆହୁରି 50ଭାଗ ସୁନା ସହ 9ଲକ୍ଷ ଟଙ୍କା ଚୋରି ହୋଇଥିବା ବେଳେ ତାହା ମିଳିନଥିବା କହିଛନ୍ତି । ଏହି ଘଟଣା ରାୟଗଡ଼ା ପୋଲିସ ପାଇଁ ଏକ ବଡ଼ ସଫଳତା ଓ ଏଥି ପାଇଁ ପୋଲିସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ଵ ବୋଧ କାର୍ଯ୍ୟ ପାଇଁ ଏସ ପି ଶ୍ରୀ ଶର୍ମା ଧନ୍ୟବାଦ୍ ଦେଇଛନ୍ତି ।