ଗୁଣପୁର,୩୦/୧୨(ସିଦ୍ଧାର୍ଥ ଦାସ) : ଗଜପତି ଜିଲ୍ଲା ରୁ ହକି ବିଶ୍ୱକପ୍ ଟ୍ରଫି ରାୟଗଡ଼ା ଜିଲ୍ଲା କୁ ଆସିବା ରାସ୍ତାରେ ଏହାକୁ ରାୟଗଡ଼ା ଜିଲ୍ଲା ସୀମା ପୂର୍ବରୁ ଅଲଡା ଗ୍ରାମ ଠାରୁ ଗୁଣପୁର ଉପ ଖଣ୍ଡ ପ୍ରଶାସନ ପକ୍ଷରୁ ବିଧାୟକ ରଘୁନାଥଗମାଙ୍ଗ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡ ଉପଦେଷ୍ଟା ସୁଧୀର ଦାସ,ଉପ ଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ଚନ୍ଦ୍ର ନାୟକ, ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ଼ଃ.ଚନ୍ଦ୍ର ଧ୍ଵଜ ପଣ୍ଡା , ସାମ୍ବାଦିକ ସିଦ୍ଧାର୍ଥ ପ୍ରେମ ଦାଶ , ସୁନିଲ ସାବତ , ସୁରେନ୍ଦ୍ର ମହାନ୍ତି , ଆଇନଜୀବୀ ରମେଶ ଲିମା ପ୍ରମୁଖ ଭବ୍ୟ ସ୍ଵାଗତ କରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପହଞ୍ଚାଇ ଥିଲେ ।ଏଠାରେ ଆୟୋଜିତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ସ୍ଥାନୀୟ ପୌର ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ , ସମାଜସେବୀ ଅକ୍ଷୟ ଦାସ , ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସମ୍ପାଦକ ଗଗନ ଆଚାର୍ଯ୍ୟ , ଯୁବ ସାମ୍ବାଦିକ ଶକ୍ତି ଦାଶ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ବହୁ କ୍ରୀଡ଼ାପ୍ରେମୀ , ସ୍ଥାନୀୟ ରାଜନୈିତିକ ନେତୃ ବର୍ଗ ଓ ସରକାରୀ କର୍ମଚାରୀ ଯୋଗଦେଇ ଥିଲେ । ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଦ୍ୟାର୍ଥୀ ଯୋଗ ଦେଇ ସେମାନଙ୍କ କଳା ପ୍ରଦର୍ଶନ କରିବା ସହ ଟ୍ରଫି କୁ ସମ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷ ରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଉପସ୍ଥିତ କ୍ରୀଡା ପ୍ରେମୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଫି କୁ ଏଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାୟଗଡା ଅଭିମୁଖେ ନିଆଯାଇଥିଲା। ସ୍ଥାନୀୟ ଆଦର୍ଶ ଥାନା ଅଧିକାରୀ ଶ୍ରୀ ନିଳାମ୍ୱର ଜାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା