ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା) : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ର ଦୀର୍ଘ ଦିନ ର ଦାବିକୁ ନେଇ ନଭେମ୍ବର ମାସ ୨୧ ତାରିଖ ରୁ ରାଜ୍ୟ ର ସମସ୍ତ ବ୍ଳକ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଭୁବନେଶ୍ୱର ଲୟେର ପିଏମଜି ଠାରେ ଧାରଣାରେ ବସିଥିଲେ କିନ୍ତୁ ସରକାର କୈାଣସି ଦାବି ଶୁଣିନଥିବା ଯୋଗୁଁ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ ଙ୍କ ନେତୃତ୍ୱରେ ଆଜି ୧୧ ଘଣ୍ଟା ସମୟରେ ଗାନ୍ଧୀ ପାର୍କ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ବିଭିନ୍ନ ଦାବି ଗୁଡ଼ିକ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ଦିନ ତମାମ ଧାରଣା ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀ ପତ୍ର ସହ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସମର୍ଥନ କରି ୧ ଲକ୍ଷ ଲୋକଙ୍କ ସମର୍ଥନ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଏବଂ ଦକ୍ଷିଣ ଓଡ଼ିଶା ପ୍ରଭାରୀ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଯେଉଁ ଭଳି ମନୋଭାବ ରଖି ସେମାନଙ୍କୁ ଅଣଦେଖା କରି ଦାବି ଗୁଡ଼ିକ ପ୍ରତି ଦୃଷ୍ଟି ଦେଉନଥିବା କୁ ନିନ୍ଦା କରିବା ସହ ତୁରନ୍ତ ସରକାର ଏହାର ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଏଥିରେ କୈାଣସି ପ୍ରକାର ସମସ୍ୟା ସୃଷ୍ଟି ହୁଏ ତାହା ହେଲେ ସରକାର ଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ। ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ , ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ , ବ୍ଳକ ସଂପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , ନିରଞ୍ଜନ ସେନାପତି ଯୋଗ ଦେଇ ସରକାରଙ୍କ ଅସହଯୋଗ ମନୋଭାବକୁ ନିନ୍ଦା କରିବା ସହ ଦୃଢ଼ ବିରୋଧ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଅଙ୍ଗନୱାଡ଼ି କର୍ମୀ , ମିନୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କେ ନୀଳାଦ୍ରି , ଅମ୍ବିକା ନୀଳଗିରି , ଯୋସ୍ନା ରାଣୀ ସାହୁ , ସୁନ୍ତନୀ ରାଉତ , ରମା ବାଉରୀ , ବିଷ୍ଣୁପ୍ରିୟା ଦଳ , କେ ସେ ତ୍ରିବେଣୀ , ସନଜୁକ୍ତା ରଥ , ପ୍ରେମଶିଲା ଦୀପ , ହେମଲତା ଦାଶ , ପୁଷ୍ପାଞ୍ଜଳି ପାତ୍ର , କେ ଯାନ୍ତି , ବିଜୟ ଲକ୍ଷ୍ମୀ ଚୈ।ଧୁରୀ , ଜୟନ୍ତୀ ଗମାଙ୍ଗ , ପରିଚାଳନା କରିଥିଲେ
ମାନ୍ୟବର ପ୍ରଧାନମନ୍ତ୍ରୀ,
ମାନ୍ୟବର ମୁଖ୍ୟମନ୍ତ୍ରୀ
ମହାଶୟ,
ସାଦର ନମସ୍କାର, ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏନ୍ସ ତରଫରୁ ଅଙ୍ଗନୱାଡି କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ବାଦୀକୁ ନେଇ ଗତ ନଭେମ୍ୱର ୨୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୮ ଦିନ ହେବ ସାରା ରାଜ୍ୟର ବ୍ଳକ ଠାରୁ ରାଜଧାନୀ ଭୂବନେଶ୍ୱରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁଛି । ଗତ ୨୦୧୭ ଓ ୨୦୧୮ ମସିହାରେ ଆପଣଙ୍କ ଦ୍ୱାରା ମାନଧନ ବୃଦ୍ଧିକୁ ଆମେ ସ୍ୱାଗତ କରିଥିଲୁ । ବଡ ଦୁଃଖର ସହ ଆମେ ଜଣାଉଛୁକି ପ୍ରତିବର୍ଷ ସରକାରୀ ଓ ବେସରକାରୀ କର୍ମଚାରୀରୀଙ୍କ ଭତ୍ତା ବୃଦ୍ଧି କରିଥିବା ବେଳେ ୨୦୧୮ ଠାରୁ ଆଜି ପର୍ଯ୍ୟନ୍ତ ଆମର ଭତ୍ତା ବୃଦ୍ଧି ହେଲାନାହିଁ । ଆଜିର ବଜାର ଦରଦାମକୁ ଅନୁଧ୍ୟାନ କଲେ ଆପଣ ଜାଣିପାରିବେ ଅଙ୍ଗନୱାଡି କର୍ମୀ ଟିଏ କେମିତି ବଞ୍ଚୁଛି? ଗତ କରୋନା ସମୟରେ ଆମକୁ ଉତ୍ସାହିତ କରିଥିଲେ ଆମ କାମ ପାଇଁ ସେଥିପାଇଁ ଆପଣ ଧନ୍ୟବାଦର ପାତ୍ର । କିଛି ଦିନ ପୂର୍ବେ ଆପଣ ରାଜ୍ୟରେ ଥିବା ସମସ୍ତ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କଲେ ଏହା ଏକ ଐତିହାସିକ ପଦକ୍ଷେପଯ । ଆମ୍ଭେ ଗରିବ ଅଙ୍ଗନୱାଡି କର୍ମଚାରୀମାନେ ଭତ୍ତା ଉପରେ ନିର୍ଭରଶିଳ, ଏହାକୁ ବୃଦ୍ଧିକରିବା ପାଇଁ ଅନେକବାର ବିଭାଗକୁ ଜଣେଇଥିଲୁ । ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ କର୍ଣ୍ଣପାତ କଲେନାହିଁ । ତେଣୁ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଲାଇଲୁ, ଯାହା ଆମ ପାଇଁ ଦୁଃଖ ଦାୟକ । ଯେଉଁ ହିତାଧିକାରୀ ମାନେ ଆମ୍ଭ ଉପରେ ଭରସା ରଖିଥିଲେ ସେମାନେ ମଧ୍ୟ ଆଜି ନିରାଶ ।
ମହାଶୟ, ଆପଣ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦାୟୀତ୍ୱ ଯେ କି ଶ୍ରମିକ ମାନଙ୍କର ବଡ ହିତକାଙ୍କୀ ଥିଲେ, ୧୧ ଟଙ୍କା ରୁ ୨୫ ଟଙ୍କ । ସର୍ବନିମ୍ ମଜୁରୀ ବୃଦ୍ଧି କରିଥିଲେ । ଦୀର୍ଘ ୩୭ ଦିନ ହେବ ଆପଣଙ୍କ ମାଁ , ଭଉଣୀ ଏଠି ଶୀତ କାକରରେ ଧାରଣାରେ ବସିଛନ୍ତି, ଆପଣ ଦୟାପୁର୍ବକ ହୋଇ ଆମ ଦାବୀକୁ ବିଚାରକୁ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରି ଆମକୁ ଉତ୍ସାହିତ କରିବେ ବୋଲି ଆଶା ଓ ବିଶ୍ୱାସ ।
ସଂଲଗ୍ନ ଦାବୀ ପତ୍ର ।
ଜିଲ୍ଲା ସଭାନେତ୍ରୀ
ଜିଲ୍ଲା ସମ୍ପାଦିକା
ଏହାର ଏକକିତା ନକଲ-
୧. ମାନନୀୟା, ମହିଳା ଶିଶୁ ଓ ମିଶନ ଶକ୍ତି ବିଭାଗ, ଓଡିଶା ସରକାର ।
୨. ମାନନୀୟ ଶ୍ରୀଯୁକ୍ତ ମୁଖ୍ୟ ଶାସନ ସଚିବ, ଓଡିଶା ସରକାର ।
୩. ମାନନୀୟ ଶ୍ରୀଯୁକ୍ତ ଶ୍ରମ ଆୟୁକ୍ତ, ଓଡଶା ଭୁବନେଶ୍ୱର ।
୪. ସାଧାରଣ ସମ୍ପାଦକ, ଭାରତୀୟ ମଜଦୂର ସଂଘ, ଓଡିଶା ପ୍ରଦେଶ ଙ୍କ ଅବଗତି ନିମନ୍ତେ ପ୍ରେରଣ କରାଗଲା ।
ଦାବୀ-
୧. ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ ।
୨. କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆ ଯାଇନାହିଁ, ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮,୦୦୦/- ଓ ସହାୟିକା ମାନଙ୍କୁ ୯,୦୦୦/- ଟଙ୍କ । ପ୍ରଦାନ କରାଯିବା ସହିତ ଇ.ପି.ଏଫ୍, ଇ.ଏସ୍.ଆଇ ଓ ଗ୍ରାଟିଟୁଏଡ୍ ରେ ସାମିଲ କରାଯାଉ ।
୩. ମିନି ଅଙ୍ଗନୱାଡି ଉଛେଦ କରି ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀ ର ମାନ୍ୟତା ପ୍ରଦାନ କରାଯାଉ ।
୪. ଅଙ୍ଗନୱାଡି କର୍ମଚାରୀ, ମିନି ଅଙ୍ଗନୱାଡି କର୍ମଚାରୀ ଓ ସହାୟିକାଙ୍କୁ ଅବସର କାଳୀନ ସହୟତା ରାଶି ୫ ଲକ୍ଷ ଟଙ୍କ । ପେନ୍ସନ୍ ମାସିକ ୫୦୦୦/- ଟଙ୍କ । ପ୍ରଦାନ କରାଯାଉ ।
୫. କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ କାଳିନ ସହାୟତା ରାଶି ୫ ଲକ୍ଷ ଟଙ୍କ । ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ ।
୬. ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମଚାରୀଙ୍କୁ ବାଦ ଦିଆଯାଉ ଓ ପୋଷଣ ଟ୍ରାକ୍ରରେ ଅନ୍ଲାଇନ ଲୋକେସନ୍ କୁ ବନ୍ଦ କରାଯିବା ସହିତ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ଣ ଅବକାଶକୁ ଲାଗୁ କରାଯାଉ ।
୭. ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯାଉ ।
୮. ୫୦ ପ୍ରତିଶତ କର୍ମଚାରୀଙ୍କୁପଦୋନ୍ନତି ଦିଆଯାଇଥିବା ବେଳେ ଆଉ ୫୦ ପ୍ରତିଶତ ସ୍ନାତ୍ତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯାଉ ଇତ୍ୟାଦି ।