ରାୟଗଡ଼ -୨୮/୧୨ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ରୋହିତ କଲୋନୀ 5ମ ଲେନଠାରେ ଏକ ପାଞ୍ଚକୁଣ୍ଡିୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେଇଯାଇଛି | ବର୍ଷର ଶେଷ ସମୟରେ ଏକରକମର ଉତ୍ସବ ମୁଖର ହେଇ ଉଠିଛି ସାରା ସହର | ଅନ୍ୟ ଲୋକମାନେ ମଦ୍ୟ ପାନ କରି କେକ କଟି ନୂତନ ବର୍ଷକୁ ସ୍ୱାଗତ କରୁଥୁବା ବେଳେ ଗାୟତ୍ରୀ ପରିବାର କିନ୍ତୁ ଏହାର ଅଭିନଵ ଉପାୟ କରି ମାନବ କଲ୍ୟାଣ ନିମନ୍ତେ ଯଜ୍ଞନୁଷ୍ଠାନ କରିଛନ୍ତି ଏହାର ପ୍ରଭାବରେ କିପରି ମାନବ ସମାଜ ଶାନ୍ତି ପାଇପାରିବେ | ଏହାର ପୂଜନ ପାଇଁ ସ୍ଥାନୀୟ ଗାୟତ୍ରୀ ସାଧକ ମାନେ ଏକ ଗୋଷ୍ଠୀ କରି ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଜାଜ୍ଞ କରିବା ପାଇଁ ନିଷ୍ପତି ନେଇ ସନ୍ଥଙ୍କ ନେତୃତ୍ୱରେ କରାଯିବାର ନିଷ୍ପତି କରିଥିଲେ | ଵିଧି ବଧ ଭାବେ ବିଶ୍ଵକଲ୍ୟାଣ ସାଧନା କେନ୍ଦ୍ରର ପ୍ରତିଷ୍ଠାତା ତଥା ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କୁ ନିମନ୍ତ୍ରଣ କରି ତାଙ୍କ କର କମଳରେ ହବନର ଶୁଭାରମ୍ଭ କରିଥିଲେ | ଅନେକ ଦମ୍ପତି ହବନ କୁଣ୍ଡରେ ବସି ଆହୁତି ଦେଇଥିଲେ ମନ୍ତ୍ର ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହେଇଥିଲା | ଗାୟତ୍ରୀ ସାଧକ ପଣ୍ଡିତ ଗୁରୁ ଶ୍ରୀରାମ ଶର୍ମାଙ୍କ ବ୍ୟକ୍ତି ବଦଳିଲେ ଯୁଗ ବଦଳିବ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଇଥିଲା | ଏହି ପୂଜନ କାର୍ଯ୍ୟକ୍ରମ ରେ ପଣ୍ଡିତ ହିରୋଧର ନାୟକ, ସିଲିତିଗୁଡା ହନୁମାନ ମନ୍ଦିର ପୂଜକ ଉପେନ୍ଦ୍ର ଭାଇ, ଲଳିତା ଭଉଣୀ, ସୋମନାଥ ଭାଇ ପ୍ରମୁଖ ଯଜ୍ଞ କର୍ମ ସଂଚଳନାରେ ସହାୟକ ହେଇଥିଲେ | ଏହି ହବନ କାର୍ଯ୍ୟକ୍ରମ ରେ ରୋହିତ କଲୋନୀର ଆବାଳ ବୃଦ୍ଧ ବନିତା ଯୋଗ ଦେବାସହ ବରିଷ୍ଠ ନୀଳାଞ୍ଚଳ ପଣ୍ଡା, ସତ୍ୟ ସାଇ ସେବା ସମିତିର ସମସ୍ତ ସଦସ୍ୟ,ସୋମେଶ୍ୱର ରାଓ,ରାମିନାୟୁଡୁ ଓ ଅନ୍ୟ ଭକ୍ତମାନେ ଅତି ଆନନ୍ଦର ସହ ଭାଗ ନେଇ ସାଫଲ୍ୟ ମଣ୍ଡିତ କରିଥିଲେ ।