ରାୟଗଡ, (ସିଦ୍ଧାର୍ଥ ଦାସ) ବର୍ତ୍ତମାନ ଚାଲିଛି ଶୀତ ଋତୁ । ଘନ କୁହୁଡି ସହିତ ହାଡ଼ଭଙ୍ଗା ଶୀତରେ ଗାଁ ଗହଳିରେ ରହୁଥିବା ବୃଦ୍ଧବୃଦ୍ଧା ଓ ଛୋଟ ଛୋଟ ପିଲା ମଧ୍ୟ ଏହି ହାଡ଼ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ହାଲୁଆ ପଞ୍ଚାୟତର ଝୋଡ଼ିଆ ସାହିରେ ବାସ କରୁଥିବା ୩୭ ଗୋଟି ପରିବାରଙ୍କୁ ଶୀତବସ୍ତ୍ର (କମ୍ବଳ) ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହାସହ ଉକ୍ତ ସାହିର ପୁରୁଷ ଓ ମହିଳାଙ୍କୁ ମଦ୍ୟପାନ ନ କରିବା ଓ ନ କରାଇବା ପାଇଁ ସଚେତନ କରିବା ସହ ଶପଥ ପାଠ ମଧ୍ୟ କରାଇଥିଲେ ଆସୋସିଏସନର ସମସ୍ତ ସଦସ୍ୟ । ସାମ୍ବାଦିକତା ବ୍ୟତୀତ ଜିଲ୍ଲାରେ ସାମାଜିକ କାର୍ଯ୍ୟକ୍ରମରେ ଗୋଟିଏ ପାଦ ଆଗରେ ରହି ଥାଆନ୍ତି ଏହି ଆସୋସିଏସନର ସମସ୍ତ ସଭ୍ୟ ।
ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନିଜର ସାମାଜିକ କାର୍ଯ୍ୟକ୍ରମରେ ପରିବେଶର ସନ୍ତୁଳିନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାୟଗଡର ଅନେକ ସ୍ଥାନରେ ବୃକ୍ଷଚାରା ରୋପଣ କରିବା ସହ ଲୋକ ମାନଙ୍କ ମଧ୍ୟରେ ବନୀକରଣ ନେଇ ସଚେତନ ସୃଷ୍ଟି କରିବା ସହ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ପାଇଁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ସହ ଖାତା, ପେନସିଲ ଓ ରବର ବଣ୍ଟନ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ ଏହି ଆସୋସିଏସନ । ଏହାସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ଆବଶ୍ୟକୀୟ ମୌଳିକ ଅଧିକାର ଗୁଡିକର ବିଭିନ୍ନ ଦାବୀ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରିଥାଏ ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ । ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର କର୍ମକର୍ତ୍ତା ଓ ସଭ୍ୟ ମାନେ ଆଗକୁ ଏହିଭଳି ସାମାଜିକ କାର୍ଯ୍ୟକ୍ରମ ମାନ କରିବାକୁ ଅନେକ ଯୋଜନା ରହିଥିବା ପ୍ରକାଶ କରିଛନ୍ତି ସଭାପତି ଦୟାନନ୍ଦ ଖାଡାଙ୍ଗା । ଆଜିର ଏହି କାର୍ଯ୍ୟକ୍ରମ ଟିକୁ ଆସୋସିଏସନର ସଭାପତି ଦୟାନନ୍ଦ ଖାଡାଙ୍ଗା ନେତୃତ୍ୱରେ ଅତିଥି ଭାବେ ହାଲୁଆ ଗ୍ରାମପଞ୍ଚାୟତର ସରପଞ୍ଚ ତାମାରାଓ ବିଡିକା, ଉପଦେଷ୍ଟା ପ୍ରଦୀପ କୁମାର ଦାଶ, ଉପସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ, ସଭ୍ୟ ଶ୍ରୀଧର ଚୌଧୁରୀ, ପି. ସାଇ ପ୍ରସାଦ, ହରି ନାରାୟଣ ଦାଶ, ଜିତେନ୍ଦ୍ର କୁମାର ପାଢୀ ଓ ମନୋରଞ୍ଜନ ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ ।