ରାଜଗାଙ୍ଗପୁର,୨୧/୧୨(ମନୋଜ ଭୋଳ) : ତିନି ଦିନ ବ୍ୟାପୀ ହେବାକୁଥିବା ଡାଲମିଆ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି। ଡାଲମିଆ ବିଦ୍ୟା ମନ୍ଦିର ସମୁହ ର ମୁଖ୍ୟ ଶିକ୍ଷା ଅଧିକାରୀ ଡ଼ଃ ରୋଜେଟ୍ଟା ଉଇଲିୟମ ଙ୍କ ମାର୍ଗଦର୍ଶନ ଓ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଜୟଦେବ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କ୍ରୀଡା ସମାରୋହ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି। ସମାରୋହ ର ମୁଖ୍ୟ ଅତିଥି ଶ୍ରୀ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ଅଧିକାରୀ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଧ୍ବଜାରୋହଣ ସହ କ୍ରୀଡା ମଶାଲ ପ୍ରଜ୍ବଳନ କରି ଏହି ସମାରୋହର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମଧ୍ୟ ରେ ଡ଼ଃ ନିଳାଦ୍ରୀ ପାରହୀ, କର୍ପୋରେଟ ସାମାଜିକ ଦାୟିତ୍ଵ ମୁଖ୍ୟ; ଶ୍ରୀ ପ୍ରକାଶ ଅଗ୍ରୱାଲ, ଅଧିକାରୀ ଅର୍ଥ ବିଭାଗ; ଶ୍ରୀ ଦିପାଞ୍ଜନ ଦେବ, ମାନବ ସମ୍ବଳ ବିକାଶ ମୁଖ୍ୟ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଏହି ଅବସରରେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ନିଜର କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଚାରୋଟି ହାଉସ ଗଙ୍ଗା, ବ୍ରହ୍ମପୁତ୍ର, କାବେରୀ ଓ ନର୍ମଦା ମଧ୍ୟରେ ବିଭକ୍ତ ହୋଇଥିବାରୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ହୋଇ ଥିଲା। ଏହାର ଉଦଯାପନ ଉତ୍ସବ ଆସନ୍ତା ୨୩ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି ।