ଲୋକ କଳାକାର ତ୍ରିନାଥ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରୁ ବଞ୍ଚିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳର ଲୋକକଳାକାର ତ୍ରିନାଥ ବଞ୍ଚାଇ ରଖିଛନ୍ତି ବିଲୁପ୍ତ ପ୍ରାୟ କଳା କେନ୍ଦେରା ଏଥି ସହିତ ଭଜନ କୀର୍ତ୍ତନ ହରିନାମ ସଂକୀର୍ତ୍ତନ ସହିତ ଘୁଡୁକି ମୃଦଙ୍ଗ ବଂଶୀ ଦାସ କାଠିଆ ଚାଙ୍ଗୁ ଖଞ୍ଜଣୀ ବାଦ୍ୟ ବଜାଇବାରେ ସିଦ୍ଧହସ୍ତ ଅଟନ୍ତି l ଦାରିଙ୍ଗବାଡି ବ୍ଲକ ଉପାନ୍ତ ସୋନପୁର ଗାଁ ରେ ଜନ୍ମିତ ତ୍ରିନାଥ ବଢ଼ାଇକ ସର୍ବ ପୁରାତନ ଲୋଜକଳା ଲୋକ ବାଦ୍ୟକୁ ବଞ୍ଚାଇ ରଖିବାକୁ ଅହରହ ସଂଗ୍ରାମ ଜାରି ରଖିଛନ୍ତି l ସତୁରି ବର୍ଷୀୟା ଏହି ଲୋକ କଳାକାର ଜଣକ ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ବଣର ମଲ୍ଲୀ ଭଳି ଝରି ପଡୁଛନ୍ତି l ସରକାର ଙ୍କ ଯୋଜନା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରୁ ବଞ୍ଚିତ ହୋଇଛନ୍ତି l ଜ଼ିଲ୍ଲା ରେ ବହୁ ଅଣକଳାକାର ପେନସନ ହାତେଇଥିବା ବେଳେ ତ୍ରିନାଥ ଭଳି ବହୁମୁଖୀ ପ୍ରତିଭା ଙ୍କୁ ଯୋଜନା ରୁ ବଞ୍ଚିତ କରାଯିବା ଦୁର୍ଭାଗ୍ୟଜନକ ବୋଲି ମିଳିତ ନାଗରିକ କମିଟି ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପଜେନା ଏବଂ ବରିଷ୍ଠ ଭା ଜ ପା ନେତା କମଳାକାନ୍ତ ପାଣ୍ଡେ କହିଛନ୍ତି l ଜ଼ିଲ୍ଲା ପ୍ରଶାସନ ତୁରନ୍ତ ତ୍ରିନାଥ ବଢାଇକ ଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଦୃଢ଼ ଦାବୀ କରିଛନ୍ତି l