୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ଉଦ୍ଘାଟିତ ରାଜ୍ୟର ୨୭୫ପ୍ରତିଯୋଗୀଙ୍କ ଅଂଶ ଗ୍ରହଣ ।

ଢେଙ୍କାନାଳ,୦୯/୧୨(ଶୁଭମ ପାଣି): ରାଜ୍ୟ ତିରନ୍ଦାଜ ସଂଘ ଆନୁକୂଲ୍ୟରେ ଢେଙ୍କାନାଲ ତିରନ୍ଦାଜ ସଂଘ ପକ୍ଷରୁ ଆୟୋଜିତ ୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ଏହି ଆଦିବାସୀ ତିରନ୍ଦାଜ ପ୍ରତିଯୋଗୀତା ଆଜି ଉଦ୍ଘାଟିତ ହୋଇଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଢେଙ୍କାନାଲ ମୁଖ୍ୟ ଷ୍ଟାଡିୟମରେ ତିନି ଦିନ ଧରି ଚାଲିବ । ଆସନ୍ତା ୧୧ତାରିଖରେ ପ୍ରତିଯୋଗିତାର ଉଦ୍ ପାନ ହେବ । ସୂଚନା ଥାଉକି, ଆଦିବାସୀ ମାନଙ୍କର ପାରମ୍ପରିକ ତୀର ଚାଳନା ଖେଳକୁ ପ୍ରୋତ୍ସାହନ ଦେବା ସହ ଏହି ପାରମ୍ପରିକ ଖେଳର ବିକାଶ ଲକ୍ଷରେ ରାଜ୍ୟ ତିରନ୍ଦାଜ ସଂଘ ଆନୁକୂଲ୍ୟରେ ଏହି ରାଜ୍ୟ ସ୍ତ୍ରରୀୟ ପ୍ରତିଯୋଗିତା ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି । ଏହି ମର୍ମରେ ଢେଙ୍କାନାଲ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ତିରନ୍ଦାଜ ସଂଘ ପକ୍ଷରୁ ୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ଢେଙ୍କାନାଳରେ ଆରମ୍ଭ ହୋଇଛି । ଢେଙ୍କାନାଲ ଷ୍ଟାଡିୟମ ଠାରେ ଆୟୋଜିତ ଏହି ପ୍ରତିଯୋଗିତା ର ଆଜି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ଏସିଆନ ରୋଇଂ ଆସୋସିଏସନର ଉପଦେଷ୍ଟା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଜେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ତୀ୍ୱ୍ର ଚାଳନା ପୁର୍ବକ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ରାଜ୍ୟ ସଂଘର ସଭାପତି ତଥା ପୂର୍ବତନ ଶାସନ ସଚିବ ଗୋକୁଳାନନ୍ଦ ପତି ମୁଖ୍ୟଅତିଥି ଭବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ଉପାଦକ୍ଷ ତଥା ସଂଘର ଉପସଭାପତି ରାଜକିଶୋର ବେହେରା କର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଢେଙ୍କାନାଲ ଜିଲ୍ଲାପାଳ ତଥା ପ୍ରତିଯୋଗିତାର ଅଧ୍ୟକ୍ଷ ସରୋଜ କୁମାର ସେଠି ଯୋଗଦେଇ ଏହି ତିରନ୍ଦାଜ ପ୍ରତିଯୋଗିତା ଆଦିବାସୀ ପାରମ୍ପରିକ ଖେଳ ବଜାୟ ରଖିବା ସହ ଆଦିବାସୀ ଯୁବ ଗୋଷ୍ଟି ମାନଙ୍କୁ ଖେଳ ପ୍ରତି ଆଗ୍ରହ ସୃଷ୍ଟିକରି ଅଲମ୍ପିକକୁ ଯିବାର ବାଟ ଦେଖାଇଦ୍ୱେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ତିରନ୍ଦାଜ ସଂଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଉତ୍ସବରେ ସଭପତିତ୍ୱ କରିଥିଲେ । ରାଜ୍ୟ ସମ୍ପାଦକ ସମ୍ପୂର୍ଣ୍ଣ ନନ୍ଦ ଦାସ ଏହି ପ୍ରତିଯୋଗିତାର ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଲ ନଗରପାଳ ଜୟନ୍ତୀ ପାତ୍ର,ଓଡିଶା ରୋଇଂ ଆଶାସିଏସନ ର ସଭାପତି ବିନୋଦ ଦାସ , ରାଜ୍ୟ ସଂଘର ଉପସଭାପତି ପ୍ରଫେସର ସରୋଜ ସିଂହ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ବରିଷ୍ଠ କ୍ରୀଡ଼ାବିତ ଶ୍ରଦ୍ଧାନଦ ଦାସଙ୍କୁ ତାଙ୍କର ବିଭିନ୍ନ ଖେଳରେ ଜୀବନ ବ୍ୟାପି ସାଧନ ପାଇଁ ଲାଇଫ ଟାଇମ ଆଚିଭ ମେଂଟ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ମାନେ ପ୍ରତିଯୋଗିତାର ମାର୍ଚ୍ଚଫାଷ୍ଟ ଘୋଷ ବ୍ୟାଣ୍ଡ ପରିବେଷଣ କରିଥିବା ବେଳେ ଉତ୍ସବରେ ବାଗ୍ ଦେବୀ ସଙ୍ଗୀତ ନୀଳ ୟ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଜିଲ୍ଲା ସଂଘର ସମ୍ପାଦକ ଅମୀୟ ଚାନ୍ଦ ଉତ୍ସବ ରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି , ଏହି ପ୍ରତିଯୋଗିତାରେ ରାଜ୍ୟର ୧୪ଟି ଜିଲ୍ଲା ସମେତ କୀଟ ବିଶ୍ୱବିଦ୍ୟାଳୟ,ହିନ୍ଦୁସ୍ତାନ ଏରନେଟିକ ଓ ସାଇ ଆଦି ର ୨୭୫ଜଣ ପ୍ରତିଯୋଗୀ ଏହି ତିରନ୍ଦାଜ ପ୍ରତିଯୋଗିତାରେ ଆଂଶ ଗ୍ରହଣ କରିଛନ୍ତି ।