ବାଲେଶ୍ୱର,ଜଳେଶ୍ୱର,୦୭/୧୨(ଚନ୍ଦନ ଅଣ୍ଡିଆ) : ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ଚୟନପାଇଁ ଜାଲ ସାର୍ଟିଫିକେଟ ପ୍ରଦାନ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ! ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମୋହନପୁର ପଂଚାୟତ କଲ୍ୟାଣପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ,ଦୀର୍ଘ ଦିନଧରି ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ କୌଣସି ପାଚିକା ନଥିବାରୁ ପାଚିକାପଦବୀ ପୁରଣ ପାଇଁ ସରକାର ତରଫରୁ ଗତ ମାସ ୨୬ତାରିଖ ଦିନ ବିଜ୍ଞପତି ପ୍ରକାଶ ପାଇଥିଲା ! ଉକ୍ତ ପାଚିକା ଚୟନ ପାଇଁ ଗ୍ରାମର ୧୨ଜଣ ମହିଳା ଦରଖାସ୍ତ ପ୍ରଦାନ କରିଥିଲେ ! ସେମାନଙ୍କ ମଧ୍ୟରୁ ଦୁଇ ଜଣ ବିଧବା ମହିଳା ମଧ୍ଯ ଦରଖାସ୍ତ ଆବେଦନ କରିଥିଲେ ! ନିୟମ ଅନୁସାରେ ବିଧବାମାନଙ୍କୁ ଅଗ୍ରାଧିକାର ଥିବାରୁ ଦୁଇ ଜଣ ମହିଳା କଳ୍ପନା ଜେନା ଓ ନିଓତି ଦାସଙ୍କୁ ସମନ୍ବିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ତରଫରୁ ଅନୁମତି ଦେବାସହ ସେମାନଙ୍କୁ ସମସ୍ତ କାଗଜପତ୍ର ଏବଂ ଶିକ୍ଷାଗତ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ ! ତେବେ ସେମାନଙ୍କ ସମସ୍ତ ସାର୍ଟିଫିକେଟ ଦେଖିବା ପରେ କଳ୍ପନାଙ୍କ ସାର୍ଟିଫିକେଟକୁ ନେଇ ପଞ୍ଚାୟତ ରେ ଚର୍ଚ୍ଚା ଜୋର ଧରିଛି ! ୨୦୧୧ ମସିହା ଭୋଟର କାର୍ଡ ରେ କଳ୍ପନା ଙ୍କ ବୟସ ୫୧ବର୍ଷ ଥିଲା ବେଳେ ଚଞ୍ଚକତା କରି ଆଧାର କାଡ ରେ କଳ୍ପନା ୩୬ବର୍ଷ କରିଥିଲେ, ଏବଂ ତା ସହିତ ମଧ୍ୟ କଳ୍ପନା ଜାଲ ସ୍କୁଲ ସାର୍ଟିଫିକେଟ ମଧ୍ଯ ପ୍ରଦାନ କରିଛନ୍ତି ! ତେବେ ବର୍ତ୍ତମାନ ଏହି ଜାଲ ସାର୍ଟିଫିକେଟ ଟି ରାଧାନାଥ ନୋଡାଲ ୟୁପି ସ୍କୁଲ କମାରଶାଳିଆର ଉଲେଖ ରହିଛି ! ଯେଉଁଥିରେ କଲ୍ପନାଙ୍କର ଜନ୍ମ ତାରିଖ 01/01/1987 ମସିହା ପରିବର୍ତ୍ତେ ଯାହାକି 21/10/2022 ତାରିଖ ରହିଛି, ଯାହାକୁ ନେଇ ଉକ୍ତ ବିଦ୍ୟାଳୟର ସାର୍ଟିଫିକେଟ ନୁହେଁ ବୋଲି ଉକ୍ତ ବିଦାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ଜେନା କହିଛନ୍ତି ! ଜାଲ ସାର୍ଟିଫିକେଟକୁ ନେଇ ଜଳେଶ୍ୱର ଅଂଚଳରେ ଚର୍ଚା ଜୋର ଧରିଥିଲା ବେଳେ ନିୟତି ଦାସ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନିକଟରେ ନ୍ୟାୟ ପାଇଁ ଦ୍ଵାରସ୍ଥ ହୋଇଛନ୍ତି ! ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପତ୍ର ଏହି ଘଟଣାର ର ତଦନ୍ତ କରିବେ ବୋଲି ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ! ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଉକ୍ତ ଜାଲ ସାର୍ଟିଫିକେଟ ଦେଲା କିଏ ? ଏହା ପଛରେ କାହାର ହାତ ଅଛି, ଆଧାର କାର୍ଡରେ ବୟସ କମିଲା କେମିତି ! ଯାହାକୁ ନେଇ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କ ମନରେ ପ୍ରଶ୍ନ ବାଚି ଶୁଷ୍ଟି ହୋଇଛି ।