ଅଖିଳ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ଜିଲ୍ଲା କମିଟୀ ପକ୍ଷରୁ ରାଇରଙ୍ଗପୁରରେ ବିଶାଳ ଶୋଭାଯାତ୍ରା ଓ ଧାରଣା ।

ରାଇରଙ୍ଗପୁର,(ଶ୍ୟାମଳେନ୍ଦୁ ପରିଡା) : ଅଖିଳ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ଜିଲ୍ଲା କମିଟୀ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଆଜି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ହୀନ ଆଖିରେ ରହିଛନ୍ତି । ସେମାନଙ୍କର ଦାବୀ ଗୁଡିକ ମଧ୍ୟରେ ଦରମା ବଢାଇବା, ପରିପୂରକ ପୁଷ୍ଟିକର ଖାଦ୍ୟ ଓ THR ଅଣ୍ଡାର ମୂଲ୍ୟ ବଢାଇବା,ଅଙ୍ଗନୱାଡି କର୍ମୀରୁ ସୁପରଭାଇଜର ପଦୋନ୍ନତି,ମାସିକ ଅବସର କାଳୀନ ଭତ୍ତା ପ୍ରଦାନ,ସମସ୍ତ ଅଙ୍ଗନୱାଡୀ କର୍ମୀ,ସହକର୍ମୀ,ମିନି ଅଙ୍ଗନୱାଡୀ କର୍ମୀମାନଙ୍କୁ BSKY କାର୍ଡ ପ୍ରଦାନ,ଗାଁ କଲ୍ୟାଣ ସମିତିର ଯୁଗ୍ମ ଜମା ଖାତାରୁ ଅଙ୍ଗନୱାଡିମାନଙ୍କୁ ବାଦ୍ ଦେବା ସହିତ PF ଓ ଗ୍ରାଚୁଏଟି ଭଳି ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ସରକାରୀ ମାନ୍ୟତା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ସହ କେନ୍ଦ୍ର ସରକାର ଙ୍କ ସହିତ ଆଲୋଚନା କରିବା ପାଇଁ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ପୁଣି ଆଗାମୀ ଦିନରେ BMS ଦ୍ବାରା ଡାକରା ଦିଆଯାଇଥିବା ଆନ୍ଦୋଳନରେ ସାମିଲ ହେଉନଥିବା ଅଙ୍ଗନୱାଡି ଗୁଡିକର ସଠିକ୍ ବିବରଣୀ ଦେଇ ସେମାନଙ୍କୁ ମାସିକ ଭତ୍ତା ପ୍ରଦାନ ଉପରେ ନିଷ୍ପତ୍ତି ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା ସେମାନଙ୍କର ଦାବୀପତ୍ରକୁ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତରେ ସହ ଉପଜିଲ୍ଲାପାଳ ଶକୁନ୍ତଳା ହାଁସଦାଃ ଙ୍କୁ ପ୍ରଦାନ କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡୀକର୍ମୀ ଓ ସହାୟିକା ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା,ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଂଜରୀ କରଣ, ଜିଲ୍ଲା ସମ୍ପାଦିକା ନନ୍ଦିତା ଦତ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହୀରାମଣି ସିଂ, ଉର୍ମିଳା ପୁଥାଳ, ସବିତା ମହାନ୍ତ, ମୁମୁନୀ ସିଂ, ମୁନି ସିଂ, ନନ୍ଦିତା ନାଏକ, ସୁଜାତା ମୁଣ୍ଡା, ସାରଦା ନାୟକ ପ୍ରମୁଖ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ ।