କାଶୀପୁର,୧୪/୧୧(ପ୍ରଫୁଲ୍ଲ କୁମାର ବେହେରା) : ସରକାରୀ ଅର୍ଥରେ ବେତନ କିନ୍ତୁ ସରକାର କହୁଛି ତୁମେ କିଏ’ ଆମେ ଜାଣି ନାହୁଁ ! ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଆଉଟ-ସୋର୍ସିଙ୍ଗ ଠିକା କର୍ମଚାରୀ ମାନଙ୍କୁ ସରକାର ଙ୍କର ପାତର ଅନ୍ତର କରୁଥିବା ଅଭିଯୋଗ ରେ କାଶୀପୁର ବ୍ଲକ ସଦର ଠାରେ ପୁଣି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ କରିବାକୁ ବର୍ତ୍ତମାନ ନିଷ୍ପତ୍ତି ନେଇଥିବା ବେଳେ। ସରକାରଙ୍କର ପାତର ଅନ୍ତର ନୀତିରେ ବର୍ତ୍ତମାନ ଛନ୍ଦି ହୋଇଛନ୍ତି ଆଉଟ ସର୍ଷିଙ୍ଗ କର୍ମଚାରୀ। ସରକାରଙ୍କ ଟଙ୍କାରେ ବେତନ ଦିଆଯାଉଛି କିନ୍ତୁ ସରକାର କହୁଛି ଆମେ ତୁମକୁ ଜାଣି ନାହୁଁ ବୋଲି। ଏବେ ସେହି ସରକାର କହୁଛି ତୁମ ପ୍ରାପ୍ୟ ବୃଦ୍ଧି କରାଯିବା ସହ ଚାକିରୀ ନିଶ୍ଚିତତା କରାଯିବ କିନ୍ତୁ ପୂର୍ଣ ରୂପେ ନୁହଁ । ତେଣୁ ସମଗ୍ର ରାଜ୍ୟ କର୍ମଚାରୀ ଆଉଟ ସର୍ଷିଙ୍ଗ ସଂଘ ଏବେ ରାଜ ରାସ୍ତା ରେ ଆଲ୍ହାଇ ଆନ୍ଦୋଳନ ପାଇ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳୁଛି । ସେହି କ୍ରମରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘ ମଧ୍ୟରେ ସରକାରୀ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ର ଦାନ ବାନ୍ଧି ଆସନ୍ତା ୨୬ ତାରିଖରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଭୁବନେଶ୍ୱର ସ୍ଥିତ ହେବାକୁ ଯାଉଛି । ରାଜ୍ୟ ସରକାର ନିୟମିତ ଚାକିରୀ ବଦଳ ରେ ୨୦୦୮/୯ ମସିହାରେ ସରକାରୀ କାର୍ଯ୍ୟଳୟ ରେ ସହଯୋଗ ନିମନ୍ତେ କିଛି ବେ-ସରକାରୀ ଠିକା ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷିତ ବେକାର ଯୁବପିଡ଼ିଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ କାର୍ଯ୍ୟଳୟ ରେ ନିଯୁକ୍ତି ପ୍ରଦାନ କରିଥିଲେ ।
ହେଲେ କିଛି ମାସ ହେଲା ସରକାର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ ଚାକିରୀ ପାଇଁ ଘଷଣା କରିଛନ୍ତି । କିନ୍ତୁ ରାଜ୍ୟର ଲକ୍ଷାଧିକ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଅନେକ ଦିନରୁ ସରକାରୀ ସେବାରେ ରହିଆସୁଥିଲେ ସୁଧା ନିୟମିତ ଚାକିରିରୁ ଉପେକ୍ଷା କରାଯାଇଛି । ଏଭଳି ପାତର ଅନ୍ତର ନୀତି କୁ ନେଇ ରାଜ୍ୟର ଆଉଟ ସୋର୍ସିଙ୍ଗ ସଂଘ ପକ୍ଷରୁ ଆନ୍ଦୋଳନର ନିଷ୍ପତ୍ତି ନିମନ୍ତେ ଅଣ୍ଟା ଭିଡୁଥିବାବେଳେ ଉକ୍ତ ବିଷୟ ପ୍ରତି କାଶୀପୁର ବ୍ଲକ ର ପ୍ରାୟ ୫୦ ଜଣ ସଦସ୍ୟ ଯୁକ୍ତ ଆଉଟ ସୋର୍ସିଙ୍ଗ କାଶୀପୁର ବ୍ଲକ ସଂଘ ପକ୍ଷରୁ କାଶୀପୁର ସଦର ପୁଣି ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ। ସଂଘ ପକ୍ଷରୁ ପ୍ରସ୍ତୁତ ରଣନୀତି କୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇ ଆସନ୍ତା ୨୬ ପରାଜ୍ୟନ୍ତ କଳା ବ୍ୟଚ ପିନ୍ଧି କାର୍ଯ୍ୟ କରିବେ ଏବଂ ୨୬ ତାରିଖରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ରାଜରାସ୍ତାରେ ଆଲ୍ହାଇବେ ବୋଲି କାଶୀପୁର ବ୍ଲକ ଆଉଟ ସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜିର ଏହି ବୈଠକରେ ଅମିତ ନାଏକ, ପଦ୍ମନାଭ ନାଏକ, ସନ୍ତୋଷ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ସୁଦାମ ଚରଣ ନାଏକ, ଅଭିନାଶ ମାର୍ଥା, କୈଳାଶ ମାଝି, ସ୍ନେହଲତା ପାତ୍ର , ଦେବକି ଲେଙ୍କା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।