ରାୟଗଡ,୧୧/୧୧(ପ୍ରତିନିଧି ପ୍ରଫୁଲ୍ଲ କୁମାର ବେହେରା): ସ୍ଥାନୀୟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗତ ୧୦/୧୧/୨୨ରିଖଦିନ ସଂଚୟ ପାକ୍ଷିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସଭାରେ ମୂଖ୍ୟ ଅତିଥି ଭାବେ ଶ୍ରୀ ଧର୍ମାନନ୍ଦ ବେହେରା, ବ.ପ୍ର.ପା (ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡ ମାଁ ମଝିଘରିଆଣିଙ୍କୁ ସୁମରଣା କରି ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସଭା ପ୍ରାରମ୍ଭରେ ଅଧ୍ୟାପକ ଶ୍ରୀ ରଘୁନାଥ ଭୂଏ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ମହଦୋୟ ଶ୍ରୀଯୁକ୍ତ ବେହେରା ସାର ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଆଜିର ଛାତ୍ର, ଛାତ୍ରୀ ଆଗାମୀ କାଲିର ଭବିଷ୍ୟତ ନାଗରିକ । ସେମାନେ ଛାତ୍ର ଜୀବନରୁ ହିଁ ମିତବ୍ୟୟୀତା ଅବଲମ୍ୱନ କରି ଆଗାମୀ ଭବିଷ୍ୟତ ବଂଶଧରକୁ ଠିକ୍ ମାର୍ଗରେ ନେଇପାରିବେ ବୋଲି ନିଜର ଦୃଢ ମତବ୍ୟକ୍ତ କରିଥିଲେ । ସେ ଆହୁରି କହିଥିଲେ ଯେ, ଠକ୍ ଚିଟ୍ ଫଠ ସଂସ୍ଥା ମାନଙ୍କର ପ୍ରଲୋଭନରେ ପଢି ନିଜର କଷ୍ଟଲµ ଆୟକୁ କେବଳ ଆର୍.ବି.ଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ୱା ପୋଷ୍ଟ ଅଫିସ୍ରେ ଜମା କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମହୋଦୟା ଡଃ. ଅର୍ଚ୍ଚନା ପଟ୍ଟନାୟକ ଏହି ସଭାରେ ଅଧ୍ୟକ୍ଷତା କରି କିପରି ପୁରାଣ ଓ ପ୍ରାକ୍ ଐତିହାସିକ ସମୟରୁ ସଂଚୟ ମନବୃତ୍ତିର ଜାଗରଣ ହୋଇଥିଲା ତାହା ବିସ୍ତୁତ ଚିତ୍ରପଟ ପ୍ରଦାନ କରିଥିଲେ । ଅର୍ଥନୈତି ଅଧ୍ୟାପକ, ଶ୍ରୀ ଦେବେଶ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂଚୟର ଆବଶ୍ୟକତା, ସଂଚୟ ଓ ବିନିଯୋଗ ଉପରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ସ୍ଥାନୀୟ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ, ଶ୍ରୀ ଧ୍ରୁବ କୁମାର ନାୟକ ପୋଷ୍ଟ ଅଫିସ୍ ସଂଚୟ ଯୋଜନା ଉପରେ ରେଖାପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଡାକ ଡିଭିଜନ୍ର ଡାକ ନିରକ୍ଷକ ଶ୍ରୀ ଏଲ୍. କେ. ଚାନ୍ଦ କେନ୍ଦ୍ର ସରକାରଙ୍କ ପ୍ରଚଳିତ ବିଭିନ୍ନ ସାମାଜିକ ସୁରକ୍ଷା ବୀମା ଯୋଜନା ଉପରେ ଆଲୋଚନା କରିଥିଲେ । ଶ୍ରୀ ବିଠଲ ନିନ୍ଦୋପ୍ତଳ ଷଡଙ୍ଗୀ, ଉପଖଠ ସ୍ୱଳ୍ପ ସଂଚୟ ଅଧିକାରୀ (ସାଇବର କ୍ରାଇମ୍) ଓ ଚିଠ୍ଫଠ କମ୍ପାନୀ କିପରି ଘଟୁଛି ତାହାର ଉଦାହରଣ ନେଇ ବୁଝାଇଥିଲେ । ମୂଖ୍ୟ ଅତିଥି ମହଦୋୟ ଶ୍ରୀ ବେହେରା ସାର ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ହାଇସ୍କୁଲ ଏବଂ ମହାବିଦ୍ୟାଳୟ ସ୍ତରର କୃତିପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ଏହି ସଭାରେ ୨୦୦ ଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଅଧ୍ୟାପକ ଓ ଅଧ୍ୟାପିକା ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା