ଢେଙ୍କାନାଳ:(ଶୁଭମ ପାଣି) : ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ମୁଖ୍ଯ ଟର୍ଚ୍ଚ ବିଅରର ବ୍ଯାଙ୍କ ୟୁନିଅନ ବ୍ଯାଙ୍କ ଅଫ ଇଣ୍ଡିଆ ଓ ସହଯୋଗ କରିଥିଲେ ଲିଡ୍ ବ୍ଯାଙ୍କ ଢେଙ୍କାନାଳ। ଏହି ସଚେତନ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇଥିଲେ ୟୁନିଅନ ବ୍ଯାଙ୍କର ଡେପୁଟୀ ଜେନେରାଲ ମ୍ୟାନେଜର ସୁଶାନ୍ତ କୁମାର ନାୟକ ଏବଂ ଅନ୍ଯାନ୍ଯ ଅତିଥିମାନଙ୍କ ମଧ୍ଯରେ ଉପସ୍ଥିତ ଥିଲେ ନାବାର୍ଡ ଡିଡିଏମ ପ୍ରଶାନ୍ତ କୁମାର ଦାଶ, ଷ୍ଟେଟ୍ ବ୍ୟାଙ୍କ ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ଓ ଲିଡ୍ ବ୍ଯାଙ୍କ ଅଧିକାରୀ ବରୁଣ କୁମାର ବିଶ୍ବାଳ। ଗ୍ରାହକମାନେ କିଭଳି ସଚେତନ ହେଇପାରିବେ ଓ କୌଣସିପ୍ରକାର ବ୍ଯାଙ୍କ ସେବାରେ ଅସୁବିଧା ହେଲେ ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କୁ ଅଭିଯୋଗ କରିପାରିବେ ବୋଲି ବକ୍ତାମାନେ କହିଥିଲେ। ବିଭିନ୍ନ ବ୍ଯାଙ୍କର ଶତାଧିକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।