ସୁନ୍ଦରଗଡ,(ଆଶିଷ ବିଶ୍ଵାଳ) : ସାନଇନ୍ଦପୁର ମାଇନ୍ସ ମଜଦୁର ସଂଘ ପକ୍ଷରୁ ୮ମ ସମ୍ମିଳନୀ କୋଇଡା ସ୍ଥିତ ସିଆଇଟିୟୁ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ନେତୃତ୍ବଗଣ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନିତି, ଉପେକ୍ଷା, ପାଉଣା ନ ମିଳିବା, ମେସିନାରୀ ଯୋଗୁଁ ମାନୁଏଲ ଶ୍ରମିକ, ଅଣ କୌଶଳୀ ଶ୍ରମିକଙ୍କୁ ରୋଜଗାର ନ ମିଳିବା ଓ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଆଲୋକପାତ କରି ଏହା ବିରୋଧରେ ଏକ ହୋଇ ଆଗାମୀ ଦିନରେ ସମସ୍ତେ ଶ୍ରମିକ, କୃଷକ, ଯୁବ ଛାତ୍ର ଅଞ୍ଚଳର ସମସ୍ତ ଖଟିଖିଅ ମେହନତି ଜନଗଣଙ୍କୁ ଏକଜୁଟ କରି ସିଆଇଟିୟୁ ଆନ୍ଦୋଳନ ସଂଗ୍ରାମକୁ ଆଗେଇ ନେବାରେ ବଦ୍ଧପରିକର ସହ ବନ୍ଦ ଖଣି ଖାଦାନ ଖୋଲିବା ଦାବିରେ ଏବଂ କୋଇଡ଼ାର ଉନ୍ନତି ପାଇଁ ସମସ୍ତ ବାମ ଓ ଗଣତାନ୍ତ୍ରିକ ଶକ୍ତିକୁ ମଜବୁତ କରି ଆଗେଇ ନେବା ପାଇଁ ଆହ୍ୱାନ କରିଥିଲେ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୁନ୍ଦରଗଡ଼ ଜିଲା ସିପିଆଇଏମ୍ ର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାମଲ, ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ଅଶୋକ ସାମଲ, ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ମହାକୁଡ, ରାଜ୍ୟ କମିଟି ସଭ୍ୟ ଚନ୍ଦ୍ରମଣି ନାଏକ, ସୁଦର୍ଶନ ପାତ୍ର, ଟିକେଶ୍ଵର ପାତ୍ର, ହଳଧର ଦେହୁରୀ, ଦଶରୁ ନାଏକ, ସନ୍ତୋଷ ସାହୁ, ଦୁଶ୍ମନ୍ତ ନାଏକ, ପ୍ରଭାତ ପାତ୍ର, ଆଶୁତୋଷ ସିହ୍ନା ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଓ ମଜଦୁର ଯୋଗଦେଇଥିଲେ।