ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଶନିବାର ଦିନ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଆଣ୍ଟି ନକ୍ସଲ ଡ୍ୟୁଟି ପାଇଁ ବେଲଘର ଅଧୀନରେ ବେଲଘରରେ ନିୟୋଜିତ ହୋଇଛି l ସରକାରୀ ହାଇସ୍କୁଲ ବେଲଘର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରଙ୍ଗପାରୁ ଏବଂ ଯୁବ ସିସୋନ ଏକାଦଶ କ୍ଲବ ବେଲଘର କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ୟୁଟେନସିଲ ଆଇଟମ ଗୁଡିକ ଯଥା ଭଲିବଲ୍, ଭଲିବଲ୍ ନେଟ, ହେଣ୍ଡବଲ, ଆଲୁମିନିୟମ୍ କଢେଇ , ଷ୍ଟିଲ୍ ପଟିଲା , ଷ୍ଟିଲ୍ କରଚି, ଷ୍ଟିଲ୍ ଫ୍ରାଏଙ୍ଗ୍ ପ୍ୟାନ୍, ସର୍ଭିସ୍ ଚାମଚ, ଷ୍ଟିଲ୍ ଗ୍ଲାସ୍ ଏବଂ ଷ୍ଟିଲ୍ ପ୍ଲେଟ୍ କୁ ପ୍ରତ୍ୟେକ ପରିବାର ର ୪-୫ ଜଣଙ୍କୁ ନେଇ ଗଠିତ ପ୍ରତ୍ୟେକ ୨୦ ପରିବାର ପାଇଁ ବେଲଘର ପଂଚାୟତ ର ବେଲଘର, ତୁୟାକଳା , ଜାଲିପଡା,କୁସୁମୁଣ୍ଡା ଏବଂ ମାସାନିସାହି ଅଞ୍ଚଳର ଅଭାବୀ ଏବଂ ଗରିବ ପରିବାରର ଙ୍କୁ ବଣ୍ଟନ କରାଯାଇଛି |ଏଥିରେ ୧୨୭ ବାଟାଲିୟନର , ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର, ଆସିଷ୍ଟାଣ୍ଟ କମାଡେଣ୍ଟ ପ୍ରଦୀପ ଭି.କେ.,ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ସ୍ୱୟଂଜିତ ଦାସ , ବେଲଘର ସରପଞ୍ଚ ଗୋବିନ୍ଦ ମାଝିଙ୍କ ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ସମୁଦାୟ ୨୦ ପରିବାର ତଥା ଏହି ଯୋଜନା ଅଧୀନରେ ଦୁଇଟି ବିଦ୍ୟାଳୟ ଏବଂ ଗୋଟିଏ ଯୁବ କ୍ଲବ୍ ଉପକୃତ ହୋଇଥିଲେ | ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ୧୨୭ ବାଟାଲିୟନର ଦ୍ୱିତୀୟ-ଇନ-କମାଣ୍ଡ ମାଉଲି ମୋହନ କୁମାର ସୂଚନା ଦେଇଛନ୍ତି ।