ରାଜ୍ୟସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସ “ଜାଗୃତି” କ୍ୟାମ୍ପରେ ଶିକ୍ଷକ ପୁରସ୍କୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସୁନ୍ଦରଗଡ଼ର ବରଗାଁ ଆଇଟିଆଇ କ୍ୟାମ୍ପସ, ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡସ ତାଲିମ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସ “ଜାଗୃତି” କ୍ୟାମ୍ପ ୫ ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏହି କ୍ୟାମ୍ପରେ ୩୦ଟି ଶିକ୍ଷା ଜିଲ୍ଲା ସହ ୮ଟି ଏସଏଡ଼ଡି ଜୋନରୁ ୧୦୫୦ ଜଣ ସ୍କାଉଟ ଗାଇଡ଼ ଓ ୯୨ ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ଅଂଶ ଗ୍ରହଣ କରିଥିଲେ l ବକୃତା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡ଼ାଇ ପ୍ରତିନିଧିତ୍ୱ କରି ମୋ ଦୃଷ୍ଟିରେ ଜାଗୃତି ଓ ବର୍ତ୍ତମାନ କ୍ଷେତ୍ରରେ ଏସଡିଜିର ୧୭ଟି ପଏଣ୍ଟ ଉପସ୍ଥାପନ କରି କ୍ୟାମ୍ପର ମୁଖ୍ୟ ପ୍ୟାଟ୍ରନ ଓ ମୁଖ୍ୟ କମିଶନର ଡ଼. କାଳୀ ପ୍ରସାଦ ମିଶ୍ର ଙ୍କ ଠାରୁ ସ୍ବର୍ଣ୍ଣ ପଦକ ଲାଭ କରିବା ପରେ ବାଲିଗୁଡା ଓ ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି l ଶ୍ରୀ ଘଡାଇଙ୍କ ଘର ବାଲିଗୁଡାରେ ହୋଇଥିବା ବେଳେ ବାଲିଗୁଡା ନିକଟସ୍ଥ ଗଟାଙ୍ଗୀ ସ୍ଥିତ ଆଶ୍ରମ ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।