ରାୟଗଡା କାଶୀପୁର ଦୁର୍ଗମ କୁପାଖାଲ ଗ୍ରାମରେ ଏଟିଏମ ସେବା

ରାୟଗଡା,(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡା ଜିଲ୍ଲା କାଶୀପୁର ର ବିଭିନ୍ନ ଅଞ୍ଚଳ ରେ ଗମନାଗମନ ଠାରୁ ସଂଚର ସେବା ସାତ ସପ୍ନ ରହିଆସିଛି । ଏଭଳି ସ୍ଥିତିରେ ପୂର୍ବତନ ମାଇକୋଞ୍ଚ ସମିତି ସଭ୍ୟ ଶଙ୍କର ପ୍ରସାଦ ନାଏକ ଙ୍କର ପୁତ୍ର ସମାଜ ସେବୀ ଜ୍ୟୋତିରାମ ନାଏକ ଙ୍କ ର ପ୍ରଚେଷ୍ଟା ରେ ଆଜି କାଶୀପୁର ର ଉପାନ୍ତ ଅଞ୍ଚଳ ରେ ଥିବା କୁପାଖାଲ ଗ୍ରାମରେ ଲୋକଙ୍କର ଆବଶ୍ୟକ ଆର୍ଥିକ ସେବା ପାଇଁ ଏକ ଏଟିଏମ ର ସୁଭ ଉଦଘାଟିତ ହେଇଯାଇଛି । କାଶୀପୁର ବ୍ଲକ ର ପାହାଡ଼ , ପର୍ବତ ମାନଙ୍କରେ ଜନବସତି ଥିବା ଫଳରେ ଗମନାଗମନ ସହିତ ସଂଚାର ସେବା ର ସୁବିଧା ବର୍ତ୍ତମାନ ସୁଦ୍ଧା ସପ୍ନ ସାଜିଥିବା ବେଳେ ଅଞ୍ଚଳ ବାସୀଙ୍କ ଆର୍ଥିକ ସେବା ନିମନ୍ତେ ଏକ ଏଟିଏମ ସ୍ଥାପନ ଖବର ବର୍ତ୍ତମାନ ଅଞ୍ଚଳବାସୀଙ୍କ ପାଇଁ ଖୁସିର ଲହରୀ ଖେଳିଯାଇଛି । ଅଞ୍ଚଳ ର ଶତାଧିକ ଜନସାଧାରଣ ସହିତ ଉତ୍କଳ ଆଲୁମିନା CSR ହେଡ ଡକ୍ଟର ଲପାମୁଦ୍ରା ପ୍ରିୟଦର୍ଶିନୀ ,ଉତ୍କଳ ମାଇନ୍ସ ଭାଇସ ପ୍ରେସିଡେଣ୍ଟ ମୂକେଶ ଝା ଏବଂ ଅଣ୍ଡିରା କୋଞ୍ଚ ଥାନା ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ମସ୍ତରାମ ମାଝୀ ଓ ସମିତି ସଭ୍ୟ ହାରିଶ୍ଚନ୍ଦ୍ର ଦଳପତିଙ୍କର କରକମାଳରେ ଶୁଭ ଉଦଘାଟନ ଏବଂ ଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମ ହେଇଯାଇଥିଲା । ପ୍ରକାଶ ଥାଉ କି ପୂର୍ବରୁ ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମପଞ୍ଚାୟତ ର ଜନସାଧାରଣ ନିମନ୍ତେ କେବଳ କାଶୀପୁର ସଦର ମହକୁମା ଏବଂ ଟିକିରି ସଦର ମହକୁମା ଏବଂ ଦରାଗୁଡା, ନୂଆପଡା ଉତ୍କଳ ଆଲୁମିନା କାରଖାନା ନିକଟରେ ହିଁ ଏଟିଏମ ର ସୁବିଧା ଉପଲବ୍ଧ ହେଇପାରୁଥିଲା । ସେହିଭଳି ଡଙ୍ଗାସିଲ ଓ ସୁଙ୍ଗର ଠାରେ ଥିବା ଏଟିଏମ ଅନେକ ସମୟରେ ଅଚଳ ରାହୁଥିବା ବେଳେ ସେହି ଅଞ୍ଚଳର ଲକେ ନାହିଁନଥିବା ଅସୁବିଧା ହେଉଛନ୍ତି ।ବର୍ତ୍ତମାନ ଏହି ସେବା କିଛି ପାଦ ଆଗେ ବଢି ଅଳ୍ପ କିଛି ସ୍ଥାନରେ ସୀମିତ ରହିଥିବାବେଳେ ବର୍ତ୍ତମାନ କୁପାଖାଲ ରେ ଷଷ୍ଠ ସ୍ଥାନରେ ଏଟିଏମ ଉଦ୍ଘାଟିତ ହେଇଯାଇଛି ।

କାଶୀପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଟାଟା ଇଣ୍ଡି କ୍ୟାସ ଏଟିଏମ ହେବା ଦ୍ୱାରା ଅଞ୍ଚଳର କୋଡ଼ିପାରି,ମାଇକୋଞ୍ଚ, ଚନ୍ଦ୍ରଗିରି,ଭଳି ୩ ଗୋଟି ଗ୍ରାମପଞ୍ଚାୟତ ଲୋକେ ଉପକୃତ ହେବା ସହ କୁପାଖାଲ ଗ୍ରାମ ଦେଇ ଯାତାୟତ କରାଉଥିବା ଯାତ୍ରୀମାନେ ମଧ୍ୟ ଏଟିଏମ ସେବା ପାଇପାରିବେ ବୋଲି ଅନୁମାନ ରହିଛି ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ରେ ଦୁର୍ଯ୍ୟୋଧନ ବାଘ, ଗୁଣନିଧି ବାଘ, ଭୀମସେନ ବାଘ, ଜ୍ୟାତିରାମ ନାଏକ, ଏଡିସନ ନାଏକ, ଛବି ଝଡ଼ିଆ, ସଦନ ବେରୁଆ ଏବଂ ଶତାଧିକ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ମଧ୍ୟରୁ ଉପସ୍ଥିତ ଥିଲେ ।